ଭୁବନେଶ୍ୱର,୨୭/୪(ସତ୍ୟପାଠ ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ରାହ୍ମଣୀ ନଦୀ ରେ ବଡ଼ ଅଘଟଣ | ଏକମାଣିଆ-କେରଡ଼ାଗଡ଼ ଘାଟରେ ଭାରଶ୍ୟାମ ହରାଇ ଓଲଟିଲା ଯାତ୍ରୀବାହି ଡ଼ଙ୍ଗା | ଡଙ୍ଗାରେ ଥିଲେ ୩୦ ରୁ ଉର୍ଦ୍ଧ ଯାତ୍ରୀ | ତେବେ ଏହି ଅଘଟଣରେ ୧୬ ବର୍ଷର ବାଳକ ଦେବେନ୍ଦ୍ର ବେହେରା ଙ୍କ ମୃତଦେହ ଉଦ୍ଧାର ହୋଇଛି। ସେପଟେ ଡ଼ଙ୍ଗା ନାଉରିଆ ନିଖୋଜ ଥିବାବେଳେ 3ପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳିନାହିଁ | ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଅଗ୍ନିଶମ, ବନବିଭାଗ ଓ ସ୍ଥାନୀୟ ବାସିନ୍ଦା ଖୋଜାଖୋଜି କରୁଛନ୍ତି |
ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଏକମାଣିଆ ଘାଟରୁ ସକାଳୁ ୩୦ ଜଣ ଯାତ୍ରୀ ଏବଂ ୩ଟି ମଟର ସାଇକେଲ ନେଇ ରାଜନଗର କେରଡାଗଡ଼ ଘାଟକୁ ଯାତ୍ରୀବାହି ବୋଟ ଟି ଆସୁଥିବା ବେଳେ ମଝି ନଇ ରେ ବୋଟ ବୁଡି ଯାଇଥିଲା | ଫଳରେ ନାଉରିଆ ସୁଦର୍ଶନ ସ୍ୱାଇଁ ଙ୍କ ସହ ୧୬ ବର୍ଷର ବାଳକ ଦେବେନ୍ଦ୍ର ବେହେରା ନିଖୋଜ ହୋଇଥିବା ବେଳେ ଅନ୍ୟ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି | ଉଦ୍ଧାର ହୋଇଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୩ ଜଣଙ୍କୁ ରାଜନଗର ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି | ବୋଟ ବୁଡି ରେ ନିଖୋଜ ଙ୍କୁ ଉଦ୍ଧାର କରିବା ପାଇଁ ଆସିଥିବା ରାଜନଗର ଅଗ୍ନିଶମ ବାହିନୀ ର ଯନ୍ତ୍ରାସ ଅଚଳ ହେବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ରେ ନିୟୋଜିତ ନହେବାରୁ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ତୀବ୍ର ଉତେଜନା ଦେଖିବା ପାଇଁ ମିଳିଥିଲା | ନିଖୋଜ ୨ଜଣଙ୍କ ମଧ୍ୟରୁ ୧୬ ବର୍ଷର ବାଳକ ଦେବେନ୍ଦ୍ର ବେହେରା ଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଡ଼ଙ୍ଗା ନାଉରିଆ ଙ୍କ ମିଳୁନି ପତା |
ତେବେ ଏହି ଏକମାଣିଆ ପଂଚାୟତ ର ଏକମାଣିଆ, ନଳପାହି ଓ ଦକ୍ଷିଣଦିଆ ୩ଟି ଗାଁ କୁ ନେଇ ଗଠିତ | ଏହି ପଂଚାୟତ କୁ ଚାରିପଟୁ ବ୍ରାହ୍ମଣୀ ନଦୀ ଘେରୀ ରହିଛି | ଗାଁ ରୁ ବାହାରକୁ ବାହାରିଲେ ଡ଼ଙ୍ଗା ହିଁ ଏକମାତ୍ର ଭରସା | ସ୍ୱାଧୀନତା ର ଦୀର୍ଘ ବର୍ଷ ପରେ ମଧ୍ୟ ଗାଁ କୁ ଆମ୍ବୁଲାନ୍ସ କୀ ଅଗ୍ନିଶମ ଗାଡି ଯାଇନାହିଁ | ରାତି ଅଧରେ କାହାର ଦେହ ଖରାପ ହେଲେ ଶିକା ଭାର ହିଁ ଏକମାତ୍ର ଭରସା | ଏହି ବ୍ରହ୍ମଣୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୬ମସିହାରେ ରାଜନଗର ଆସିଥିବା ବେଳେ ଶୁଭ ଶିଳାନ୍ୟାସ କାରିଥିଲେ | କିନ୍ତୁ ଦୁଃଖ ଓ ପରିତାପ ର ବିଷୟ ଆଜି ପର୍ଯ୍ୟନ୍ତ ପୋଲ କେବଳ ଶିଳାନ୍ୟାସ ରେ ସୀମିତ ରହିଛି | ତେଣୁ ତୁରନ୍ତ ସରକାର ଅନ୍ୟ ମୂଲ୍ୟବାନ ଜୀବନ ଯିବା ପୃବରୁ ପୋଲ ନିର୍ମାଣ କରି ଅଂଚଳ ବାସି ଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଅଂଚଳ ବାସୀ ଦାବୀ କରିଛନ୍ତି | ଅପରପକ୍ଷ୍ୟରେ ସରକାର ଙ୍କର ଲୋକମାନଙ୍କ ଜୀବନ ପ୍ରତି ଦରଦ ବଦଳରେ କମ୍ପାନୀ ପ୍ରୀତି ପାଇଁ ଆଜି ପର୍ଯ୍ୟନ୍ତ ପୋଲ ହୋଇ ପାରିନାହିଁ | ତୁରନ୍ତ ସରକାର ପୋଲ ନିର୍ମାଣ କରି ମୂଲ୍ୟବାନ ଜୀବନ ସୁରକ୍ଷିତ ରଖନ୍ତୁ ବୋଲି ପୃର୍ବତନ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା କହିଛନ୍ତି |
ତେବେ କେବେ ଏହି ନଦୀ ଉପରେ ପୋଲ ନିର୍ମାଣ କରି ସରକାର ଅଂଚଳ ବାସୀଙ୍କ ଧନ ଜୀବନକୁ ସୁରକ୍ଷା ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର |





