ପରୀକ୍ଷାମୂଳକ ଭାବେ ଓଡ଼ିଶାରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର,୨୮/୪(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ପ୍ରଥମଥର ପାଇଁ ଗଡ଼ିବାକୁ ଯାଉଛି ବନ୍ଦେ ଭାରତ ଏକ୍ସପ୍ରେସ୍‌ । ଆସନ୍ତା ମେ ମାସରେ ହାୱାଡା ରୁ ପୁରୀକୁ ଦୌଡ଼ିବ ଭାରତର ସବୁ ଠାରୁ ଦ୍ରୁତଗାମୀ ଟ୍ରେନ। ଘଣ୍ଟାକୁ ୧୩୦ କିମି ବେଗରେ ଗତି କରୁଥିବା ଏହି ଟ୍ରେନ୍‌ ଚଳାଚଳ ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ସେଥିପାଇଁ ଦକ୍ଷିଣ ପୂର୍ବ ଓ ପୂର୍ବ ତଟ ରେଳ ବିଭାଗ ପକ୍ଷରୁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇ ଆଜି ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ କରାଯାଇଛି। ଆଜି ସକାଳ ୬ ଟା ୧୦ ରେ ହାୱାଡା ଷ୍ଟେସନରୁ ଟ୍ରେନ ଟି ଛାଡ଼ି ୯ଟା ୩ରେ ଓଡ଼ିଶା ପ୍ରବେଶ ଦ୍ଵାର ବାଲେଶ୍ୱରରେ ପହଞ୍ଚିଲା । ତେବେ ସାଢ଼େ ୬ ଘଣ୍ଟା ମଧ୍ୟରେ ଟ୍ରେନ୍‌ଟି ପୁରୀରେ ପହଞ୍ଚିବ। ବାଟରେ ୬ଟି ଷ୍ଟେସନ୍‌ରେ ରହଣି କରିବ । ସମ୍ପୃକ୍ତ ଷ୍ଟେସନ ଗୁଡିକରେ ମାତ୍ର ଦୁଇମିନିଟ ରହଣି କରି ଗନ୍ତବ୍ୟ ସ୍ଥଳ ପୁରୀ ଷ୍ଟେସନ ରେ ଅପରାହ୍ନ ୧୨ ୩୫ ରେ ପହଞ୍ଚିବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ରହିଛି । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଦୃତ ଗାମୀ ବନ୍ଦେ ଭାରତ ଏକ୍ସପ୍ରେସ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ବର, ଖୋର୍ଦ୍ଧାରେ ରହଣି କରି ଗନ୍ତବ୍ୟ ସ୍ଥଳ ପୁରୀରେ ୧୨ ଟା ୩୫ରେ ପହଞ୍ଚି ପୁଣି ଅପରାହ୍ନ ଗୋଟାଏ ୫୦ରେ ପୁରୀରୁ ଛାଡ଼ି ହାୱାଡା ଫେରିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି ।

ତେବେ ସୂଚନା ଅନୁଯାୟୀ ବନ୍ଦେ ଭାରତ ଏକ୍ସପ୍ରେସ୍‌ ହାୱାଡାରୁ ପୁରୀ , ପୁରୀରୁ ହାୱାଡା ଭାୟା ବାଲେଶ୍ୱର ଦେଇ ଚଳାଚଳ କରିବ । ଆସନ୍ତା ମେ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭ ଉଦଘାଟନ କରିପାରନ୍ତି ବୋଲି କୁହାଯାଉଛି । ତେବେ ଏହାର ସମୟ ସାରଣୀ ପ୍ରସ୍ତୁତ ହୋଇନଥିବା ବେଳେ । ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସ ଗଡିଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ଆଉ ଏକ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି ।

Related Posts