ଏନସିପି ସଭାପତି ପଦରୁ ଶରଦ ପାୱାରଙ୍କ ଇସ୍ତଫା

ଭୁବନେଶ୍ୱର,୨/୫(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଶରଦ ପାୱାର ନିଜ ଦଳ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ର ସଭାପତି ପଦରୁ ଇସ୍ତଫା ଘୋଷଣା କରିଛନ୍ତି। ଦେଶର ଅନ୍ୟତମ ବିରୋଧୀ ନେତା ଶରଦ ପାୱାର କଂଗ୍ରେସ ଠାରୁ ଅଲଗା ହୋଇ ନିଜର ଦଳ ଏନସିପି ଗଠନ କରିଥିଲେ। ସେବେଠାରୁ ସେ ଦଳର ରାଷ୍ଟ୍ରୀୟ ସଭାପତି ପଦରେ ରହିଥିଲେ। ତେବେ ହଠାତ୍ ପାୱାରଙ୍କ ଇସ୍ତଫା ଘୋଷଣା ମହାରାଷ୍ଟ୍ର ସମେତ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ମହାରାଷ୍ଟ୍ରରେ ମହା ବିକାଶ ଆଗାଡି ସରକାର ଗଠନ ପାଇଁ ଶିବସେନା, କଂଗ୍ରେସ ଏବଂ ଏନସିପି ଭଳି ଭିନ୍ନ ଭିନ୍ନ ଆଦର୍ଶ ଥିବା ଦଳକୁ ଏକାଠି କରିବାରେ ପାୱାର ଙ୍କ ପ୍ରମୁଖ ଭୂମିକା ଥିଲା। ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ ଭାବେ ପରିଚିତ ଶରଦ ପାୱାର ଦଳର ସଭାପତି ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ କିଏ ତାଙ୍କର ଉତ୍ତରାଧିକାରୀ ଭାବେ ଦାୟିତ୍ଵ ନେବ ସେନେଇ କୌଣସି ସୂଚନା ମିଳିନାହିଁ।

ସୂଚନାଯୋଗ୍ୟ ଯେ, ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ଏବେ ଲୋକସଭା ସଂସଦ ରହିଥିବା ବେଳେ ତାଙ୍କ ପୁତୁରା ଅଜିତ୍ ପାୱାର ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳ ନେତା ପଦରେ ରହିଛନ୍ତି।

Related Posts