ଆନ୍ଦୋଳନରତ କୁସ୍ତି ଯୋଦ୍ଧାଙ୍କ ସହ ପୁଲିସର ମାର୍‌ପିଟ୍‌କୁ ନିନ୍ଦା କଲେ ରାହୁଲ ଗାନ୍ଧି; କହିଲେ, ‘ବେଟି ବଚାଓ ସ୍ଲୋଗାନ କେବଳ ମିଥ୍ୟ ପ୍ରଚାର’

ଭୁବନେଶ୍ୱର,୪/୫(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀରେ ଜନ୍ତର ମନ୍ତରରେ ଆନ୍ଦୋଳନରତ କୁସ୍ତି ଯୋଦ୍ଧାଙ୍କ ସହ ଦିଲ୍ଲୀ ପୁଲିସର ମାର୍‌ପିଟ୍‌ ଘଟଣାକୁ ନିନ୍ଦା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହାସହିତ ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି ରାହୁଲ। ଦେଶର ଖେଳାଳିଙ୍କ ସହ ଏପରି ବ୍ୟବହାର ଲଜ୍ଜାଜନକ ବୋଲି ରାହୁଲ କହିଛନ୍ତି। କେନ୍ଦ୍ର ସରକାରଙ୍କର ବେଟି ବଚାଓ ସ୍ଲୋଗାନ କେବଳ ମିଥ୍ୟ ପ୍ରଚାର। ପ୍ରକୃତରେ ବିଜେପି ଭାରତର ଝିଅମାନଙ୍କ ଉପରେ ଅତ୍ୟାଚାର କରିବା ପାଇଁ ମଧ୍ୟ ପଛାଉ ନାହିଁ ବୋଲି ରାହୁଲ କହିଛନ୍ତି।

ଅନ୍ୟପଟେ ଏଭଳି ଘଟଣା ପରେ ଖେଳାଳିମାନେ ଅଲିମ୍ପିକ୍‌ରେ ଜିତିଥିବା ମେଡାଲ ଫେରାଇବା କଥା ମଧ୍ୟ କହିଛନ୍ତି। ଦେଶ ପାଇଁ ମେଡାଲ ଆଣି ଯଦି ଦେଶରେ ଆମ ସହ ଏଭଳି ବ୍ୟବହାର କରାଯାଉଛି ତେବେ ଆମେ ମେଡାଲ୍ ଫେରାଇ ଦେବୁ ବୋଲି ରେସଲରମାନେ କହିଛନ୍ତି।

ସୂଚନା ଅନୁସାରେ, ଆନ୍ଦୋଳନରତ ଖେଳାଳିମାନେ ଦିଲ୍ଲୀ ପୁଲିସ ଉପରେ ମାର୍‌ପିଟ୍‌ର ଅଭିଯୋଗ ଲଗାଇଛନ୍ତି। ବୁଧବାର ମଧ୍ୟ ରାତ୍ରିରେ ଖେଳାଳିମାନେ ଶୋଇବା ପାଇଁ ବ୍ୟବସ୍ଥା କରୁଥିବା ବେଳେ ହଠାତ୍ ଦିଲ୍ଲୀ ଏସ୍‌ପି ଧର୍ମେନ୍ଦ୍ର ୧୦୦ ପୁଲିସ କର୍ମୀଙ୍କୁ ଆଣି ଆକ୍ରମଣ କରିଥିଲେ।ଅଭିଯୋଗ ଅନୁସାରେ, ବର୍ଷା ଯୋଗୁ ଚାରିଆଡ଼େ ପାଣି ଭରିଯାଉଥିବାରୁ ଖେଳାଳିମାନେ ଶୋଇବାକୁ ଧାରଣା ସ୍ଥଳକୁ ଖଟ ଆଣୁଥିଲେ। ହେଲେ ଏହି ସମୟରେ ପୁଲିସ ତାଙ୍କ ଉପରେ ଆକ୍ରମଣ କରିଥିଲା ବୋଲି ଖେଳାଳି ଅଭିଯୋଗ କରିବା ସହ ଆକ୍ରମଣକାରୀ ପୁଲିସ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏଥିରେ ଦୁଇ ଖେଳାଳିଙ୍କ ମୁଣ୍ଡ ଫାଟିଥିବା ବେଳେ ମହିଳା ଯୋଦ୍ଧାମାନଙ୍କୁ ପୁଲିସ ଠେଲାପେଲା ହୋଇଥିବା ଅଭିଯୋଗ ହୋଇଛି।

Related Posts