ପାଣିରେ ମିଶିଲା ପଶ୍ଚିମ ଓଡିଶାର ବାହୁବଳୀ ସୁଶାନ୍ତଂ ସିଂହଙ୍କ ପତିଆରା। ବିଜେଡିର ମାଷ୍ଟର ବ୍ଲାଷ୍ଟର ବବିଂକୁ ବି ଏଯାଏଁ ମିଳିଲାନି ଷ୍ଟ୍ରାଇକ୍ । କ୍ୟାମ୍ପେନିଂ ରେ ପ୍ରାୟ ବଡ ନେତାଂକୁ ସାଂଗରେ ନେଉନାହାନ୍ତି ଦିପାଳୀ। ବିନା ବଡ ନେତାରେ ଫୁଲ୍ କନ୍ଫିଡେନ୍ସ ରେ କ୍ୟାମ୍ପେନ୍ କରୁଛନ୍ତି ଦିପାଳୀ।
ଭୁବନେଶ୍ୱର,୪/୫(ସତ୍ୟପାଠ ବ୍ୟୁରୋ): ଆଗାମୀ ୧୦ ତାରିଖରେ ହାଇପ୍ରୋଫାଇଲ୍ ଝାରସୁଗୁଡା ବାଇ-ଇଲେକ୍ସନର ଭୋଟଦାନ। ୭ ତାରିଖ ସଂଧ୍ୟାରେ ସରିବ ନିର୍ବାଚନ ପ୍ରଚାର। ଅର୍ଥାତ ପ୍ରଚାରକୁ ରହିଲା ଆଉମାତ୍ର ୪ ଦିନ ବାକି। ମାତ୍ର ଝାରସୁଗୁଡାରେ ବିଜେଡି ଇଲେକ୍ସନ ମ୍ୟାନେଜମେଣ୍ଟ ବହୁ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଏହା ବୋଧେ ହେବ ପ୍ରଥମ ଉପ ନିର୍ବଚନ ଯେଉଁଠି ଏ ଯାଏଁ ବିଜେଡିର ତଥାକଥିତ ହେଭିୱେଟ୍ ନେତା MLA, MP ବା ମିନିଷ୍ଟରଂକ ମେଳି ଦେଖାଯାଉନି। ନିକଟରେ ଯେତେ ବାଇ-ଇଲେକ୍ସନ ହୋଇଛି ଦୀପାଳି ବିଜେଡିର ପ୍ରଥମ କ୍ୟାଣ୍ଡିଡେଟ୍ ଯିଏ ଫୁଲ୍ କନ୍ଫିଡେନ୍ସରେ ଦଳର କୋଣସି ବଡ ନେତାଂକ ବିନା ନିଜେ ନିଜେ ପ୍ରଚାର କରୁଛନ୍ତି।
ଚର୍ଚ୍ଚାର ବିଷୟ ହେଲା ନିକଟରେ ପଶ୍ଚିମ ଓଡିଶାର ପାଓ୍ବାରଫୁଲ ନେତା ବୋଲାଉଥିବା ସୁଶାନ୍ତ ସିଂହ ପୁରା ଗାୟବ ହୋଇଥିବା ବେଳେ ଦଳର ସଂକଟ ମୋଚନ ନେତା ବବି ଦାସଂକର କେବଳ ଲିମିଟେଡ୍ ଦର୍ଶନ ମିଳୁଛି।
କୁହାଯାଉଛି, ଝାରସୁଗୁଡାରେ ନବୀନଂକ ଛଡା ଆଉ କୋଣସି ବଡ ନେତାଂକୁ ଭାଉ ଦେବାକୁ ଚାହୁଁନାହାନ୍ତି ଦୀପାଳି। ଏପରିକି ଇଲେକ୍ସନ ମେନେଜମେଣ୍ଟ ରେ ଦଳର ମୋନୋପଲି ଉପରେ ବି ଆପତ୍ତି ଉଠାଇଛନ୍ତି । ସୁଶାନ୍ତଂକ ଏଣ୍ଟ୍ରୀ ଉପରେ ରୋକ୍ ଲାଗିବା ପଛରେ ଦୀପାଳିଙ୍କ ଜିଦ୍ ବୋଲି ସବୁଠି ଚର୍ଚ୍ଚା ହେଉଛି।
ଦୀପାଳିଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡଲକୁ ଯଦି ଦେଖିବେ ତେବେ ସବୁ ବୁଝିପାରିବେ । ସବୁ ପୋଷ୍ଟିଂରେ କେବଳ ଦୀପାଳିଙ୍କ ସୋଲୋ କେମ୍ପେନର ଫଟୋ ଓ ଭିଡିଓ। କାଁଭା ଭୁବନେଶ୍ବରରୁ ଯାଇଥିବା ନେତା ବା ନେତ୍ରୀଂକର ଫଟୋ ଥିବ।
ତେବେ ଦିପାଳୀ ଯେଉଁ ମେସେଜ୍ ଟା ଚାହୁଁଛନ୍ତି ତାହେଲା
ସେ ଅନୁକଂପା ପ୍ରାର୍ଥୀ ନୁହଁନ୍ତି ବରଂ ବାପା ନବ ଦାସଂକ ଯୋଗ୍ୟ ଉତ୍ତରାଧିକାରୀ। ତା ଛଡା ନବ ଦାସଂକ ଲୟାଲ୍ କ୍ୟାଡରକୁ ବିଜେଡିର ଭୁବନେଶ୍ବର ସଂଗଠନକୁ ଟେକି ନ ଦେଇ ନିଜ ହାତରେ ରଖିବାକୁ ଚାହୁଁଛନ୍ତି ଦିପାଳୀ।
ଏହାବ୍ୟତୀତ ଯେଉଁ ବଡ କଥା ଟି ସାମନାକୁ ଦେଖାଯାଉନି କିନ୍ତୁ ଟୁପୁରୁ ଟାପୁରୁ ଆଲୋଚନା ହେଉଛି ସେଇଟା ହେଲା ଯେ ଦୀପାଳିଙ୍କର କୁଆଡେ ସନ୍ଦେହ ଯେ ବାପା ନବ ଦାସଂକ ହତ୍ୟା ପଛରେ ରହିଛି ବିଜେଡିର କେତେକ ନେତାଂକ ସଂଦେହପୂର୍ଣ୍ଣ ସଂପୃକ୍ତି।





