ଆଜି ବ୍ରିଟେନ୍‌ର ରାଜା କିଙ୍ଗ୍‌ ଚାର୍ଲସ-୩ୟଙ୍କ ରାଜ୍ୟାଭିଷେକ ଉତ୍ସବ, ଭାରତରୁ ଯୋଗଦେବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ

ଭୁବନେଶ୍ୱର,୬/୫(ସତ୍ୟପାଠ ବ୍ୟୁରୋ): ଆଜି ବ୍ରିଟେନର ରାଜା କିଙ୍ଗ ଚାର୍ଲସ-୩ୟଙ୍କ ରାଜ୍ୟାଭିଷେକ। ବିଧିବଦ୍ଧ ଭାବେ ଆଜି ବ୍ରିଟିଶ ସିଂହାସନ ଆରୋହଣ କରିବେ କିଙ୍ଗ ଚାର୍ଲସ-୩ୟ। ୭୦ ବର୍ଷ ପରେ ବ୍ରିଟେନ ରାଜପରିବାରରେ ହେଉଛି ରାଜତିଳକ ଉତ୍ସବ । ଭାରତୀୟ ସମୟ ଅପରାହ୍‌ଣ ୨ଟା ୫୦ ମିନିଟ୍‌ରୁ ଆରମ୍ଭ ହେବ କାର୍ଯ୍ୟକ୍ରମ। ବକିଂହାମ ପ୍ୟାଲେସରୁ ୨୦୦ ବର୍ଷ ତଳର ଘୋଡ଼ାଗାଡ଼ିରେ ୱେଷ୍ଟ ମିନିଷ୍ଟର ଆବେ ପର୍ଯ୍ୟନ୍ତ ଯିବେ ବ୍ରିଟେନ ରାଜା।

ଏହି ୩ ଦିନିଆ ଉତ୍ସବରେ ପ୍ରାୟ ୨ ହଜାରରୁ ଅଧିକ ଭିଆଇପି ଅତିଥୀ ସାମିଲ ହେବେ । ଏହା ପାଇଁ ୧ ହଜାର ୬୧କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ରାଜ୍ୟାଭିଶେଷ ପାଇଁ ମେ ୮ ତାରିଖକୁ ବ୍ରିଟେନରେ ସରକାରୀ ଛୁଟି ଘୋଷଣା କରାଯାଇଛି । ଭାରତ ପକ୍ଷରୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଏହି ଉତ୍ସବରେ ଯୋଗ ଦେବେ । ଏଥିସହିତ ଅଭିନେତ୍ରୀ ସୋନମ କପୁର ମଧ୍ୟ ସାମିଲ ହେବେ।

ମହାରାଣୀ ଏଲିଜାବେଥ ୨ୟଙ୍କ ପରଲୋକ ପରେ ଏବେ କିଙ୍ଗ ଚାଲର୍ସ-୩ୟ ରାଜା ଓ ତାଙ୍କ ପତ୍ନୀ କାମେଲା ମହାରାଣୀ ହେବେ । ରାଜ୍ୟାଭିଶେଷକ ଓ ଶପଥପାଠ ଉତ୍ସବ ଲଣ୍ଡନରେ ଆୟୋଜନ କରାଯାଇଛି । ଯେଉଁଥିରେ ହଜାର ସଂଖ୍ୟକ ଅତିଥି ଯୋଗ ଦେବେ । ଶନିବାର ୱେଷ୍ଟମିନିଷ୍ଟର ଆବେରେ ଧାର୍ମିକ ସମାରୋହ କରାଯାଇଛି । ଆଜି ବ୍ରିଟେନ ପରିବାର ପାରମ୍ପାରିକ ରାଜାଙ୍କ ମୁକୁଟୁ ପିନ୍ଧିବେ କିଙ୍ଗ ଚାଲର୍ସ-୩ୟ । ଏଥିପାଇଁ ମେ ୬ ରୁ ୮ ପର୍ଯ୍ୟନ୍ତ ଲଣ୍ଡନରେ ଭବ୍ୟ ଆୟୋଜନ କରାଯାଇଛି ।

Related Posts