‘ରାଜ୍ୟରେ ଚାଲିଛି କଳାପାହାଡ଼ ଶାସନ’; ଝାରସୁଗୁଡ଼ାରୁ ବିଜେଡିକୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ

ଭୁବନେଶ୍ୱର,୭/୫(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ଶାସନ ଚଳାଉଛି କିଏ ? ରାଜ୍ୟରେ କଳାପାହାଡ଼ ଶାସନ ଚାଲିଛି । ଓଡିଶାକୁ ଭୂଲୁଣ୍ଠନ କରିବାକୁ କଳାପାହାଡମାନେ ଶାସନରେ ବସିଛନ୍ତି । ଝାରସୁଗୁଡା ଉପନିର୍ବାଚନ ପାଇଁ କୋଲାବିରାରେ ନିର୍ବାଚନୀ ମଞ୍ଚରୁ ରାଜ୍ୟ ସରକାରଙ୍କୁ ଏମିତି କଡ଼ା ଭାଷାରେ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନିର୍ବାଚନୀ ସଭାରେ ଉଦବୋଧନ ଦେଇ ଧର୍ମେନ୍ଦ୍ର କହିଛନ୍ତି, ଝାରସୁଗୁଡ଼ାରେ ଭଲ ପରିସ୍ଥିତିରେ ନିର୍ବାଚନ ହେଉନି ।ଦୀପାଳି ଆଉ ବିଶାଲ ପ୍ରତି ମୋର ସ୍ନେହ ଅଛି । ହେଲେ ରାଜ୍ୟ ସରକାରଙ୍କୁ ଉତ୍ତର ଦେବାକୁ ପଦିବ । କଳାପାହାଡ଼ମାନଙ୍କୁ ଉତ୍ତର ଦେବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ ଝାରସୁଗୁଡା ଆସିବେ ଉତ୍ତର ରଖିବେ । ନବ ଦାସଙ୍କ ହତ୍ୟାର କାରଣ କଣ ? ଓଡ଼ିଶା କାହାର ଜାଗିର ନୁହେଁ । କଳାପାହାଡ଼, ଇଷ୍ଟ ଇଣ୍ଡିଆ କଂପାନୀର ବି ରହିନି । କ୍ୟାବିନେଟ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ନାହିଁ । ବିଧାୟକ, ମୁଖ୍ୟ ଶାସନ ସଚିବ, ଡିଜି ବି ଭେଟି ପାରୁନାହାନ୍ତି । ଏଠି ଶାସନ କିଏ କରୁଛି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ।

ଏହାସହିତ ଆହୁରି କହିଛନ୍ତି, ଏଠି କଳାପାହାଡ଼ ଶାସନ ଚଳାଉଛନ୍ତି । ଓଡିଶାକୁ ଭୂଲୁଣ୍ଠିତ କରିବାକୁ କଳାପାହାଡି ଶାସନ ଚାଲିଛି । ଗୁଡ଼ୁ ମୁସିଲିମ୍ ଆଉ ରାଜା ଖାନର ପୃଷ୍ଠ ପୋଷକତା ବିଜେଡି ମୁଖିଆ ନେତାମାନେ କରୁଥିଲେ । ସମ୍ବଲପୁରକୁ ପାକିସ୍ତାନ ହେବାକୁ ଦିଆଯିବନି । ମଂଗଲବଜାର ମାଇନରିଟି କମ୍ୟୁନିଟି ଅଞ୍ଚଳରେ ବିଜେପି ପ୍ରାର୍ଥୀ ଟଙ୍କଧରଙ୍କୁ ଯେଉଁ ବିରୋଧ ହେଲା ଏବଂ ଷଡ଼ଯନ୍ତ୍ର ହେଲା ତାର ଲିଙ୍କ ଗୁଡ଼ୁ ମୁସିଲିମ୍ ସହ ଅଛି । ଏହାସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଝାରସୁଗୁଡାକୁ ନ୍ୟାୟ ଦେବା ପର୍ଯ୍ୟନ୍ତ ବିଜେପିର ଲଢେଇ ଜାରି ରହିବ । ନିର୍ବାଚନ ନିମିତ୍ତ ମତ୍ର । ଆମେ ଆଇନଶୃଙ୍ଖଳା କଥା ଉଠାଇଲେ ବିଜେଡିର ଭଡାଟିଆ ମୁଖପାତ୍ରମାନେ ଆମକୁ ଗାଳି ଦେଉଛନ୍ତି ।

ନିର୍ବାଚନୀ ସଭାରେ କେନ୍ଦ୍ରୀୟ ଅନୁଦାନ ବିଷୟରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଗତ ୫/୬ ବର୍ଷରେ ଡିଏମଡିଏଫରେ ୧୧୩୬ କୋଟି ଟଙ୍କା ମିଳିଛି । ଖଣିରେ ୫ ହଜାର କୋଟି ଆଦାୟ ହେଉଥିଲା ଏବେ ୫୦ ହଜାର କୋଟିରେ ରାଜସ୍ଵ ପହଞ୍ଚିଛି । ଗରିବଙ୍କ ପାଇଁ ଏହି ଟଙ୍କା ଆସଛି ହେଲେ ଟଙ୍କା କାମରେ ଲାଗୁନି । ବାଟମାରଣା ହେଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୯୦୦ କୋଟି ଟଙ୍କା ମୋଦୀ ଝାରସୁଗୁଡାକୁ ପଠେଇଛନ୍ତି । ଝାରସୁଗୁଡାରେ ୬୮ ହଜାର ଘରେ ପାଇପ୍ ଜଳ ପାଇଁ ମୋଦୀ ସରକାର ବ୍ୟବସ୍ଥା କରିଛନ୍ତି। । ୪୬ ହଜାର ଘରେ ଉଜ୍ଜଳା ଗ୍ୟାସ୍ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୨୫୦ କୋଟି କେନ୍ଦ୍ରରୁ ଆସିଛି । ୧୦୦ କୋଟି ଟଙ୍କା ପାଇଖାନା ପାଇଁ ଆସିଛି । ଏ ଟଙ୍କା ବାଟମାରଣା ହେଉଛି । ବାଜପେୟୀଙ୍କ ପାଇଁ ଝାରସୁଗୁଡାରେ ବିକାଶ ହୋଇଛି । ଆଇଟିଡ଼ିଏ ପାଇଁ କେନ୍ଦ୍ର ଅନୁମତି ଦେଲେ ହେଲେ ମୁଖ୍ୟମନ୍ତ୍ରୀ ଫାଇଲ ଚାପିକି ଭାସିଗଲେ । ଓଡ଼ିଶା ସରକାର ଦିନରେ ଲଣ୍ଠନ୍ ଦେଖାଉଛନ୍ତି । ଓବିସିଙ୍କ ପାଇଁ ସଂରକ୍ଷଣ ନାହିଁ ସେମାନଙ୍କୁ ଧିକାରରୁ ବଞ୍ଚିତ କରୁଛନ୍ତି । ନିଜ ଦୋଷ ଲୁଚାଇବାକୁ ସର୍ଭେର ପ୍ରହସନ ଆରମ୍ଭ କରିଛନ୍ତି । ଏ ସରକାର ଆଦିବାସୀ ଏବଂ ଦଳିତ ବିରୋଧୀ । ଟ୍ରାଇବାଲ ଆଡଭାଇଜରୀ କମିଟିର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ଅଛନ୍ତି ହେଲେ ଥରେ ବି ବୈଠକ ବସିନି କହି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Related Posts