ଟ୍ଵିଟର ସିଇଓ ପଦ ଛାଡ଼ିବେ ଏଲନ ମସ୍କ, ୬ ସପ୍ତାହ ମଧ୍ୟରେ ଜଣେ ମହିଳା ସମ୍ଭାଳିବେ ପଦ

ଭୁବନେଶ୍ୱର,୧୨/୫(ସତ୍ୟପାଠ ବ୍ୟୁରୋ): ଟ୍ଵିଟରର ସିଇଓ ପଦ ଛାଡ଼ିବେ ଏଲନ ମସ୍କ । ଏନେଇ ମସ୍କ ଟ୍ଵିଟକରି ଜଣାଇଛନ୍ତି, ସେ ଏକ ନୂଆ ସିଇଓଙ୍କୁ ନିଯୁକ୍ତି ଦେଇଛନ୍ତି । ମସ୍କଙ୍କ ପରେ ସେ ଟ୍ଵିଟର ସିଇଓ ପଦ ସମ୍ଭାଳିବେ । ହେବାକୁ ଥିବା ସିଇଓଙ୍କ ନା କିନ୍ତୁ ମସ୍କ କହି ନାହାଁନ୍ତି । କିନ୍ତୁ ଟ୍ଵିଟ ଯୋଗେ ଏହା ସଙ୍କେତ ଦେଇଛନ୍ତି ସେ ଜଣେ ମହିଳା ବୋଲି । ଆଗାମୀ ୬ ସପ୍ତାହ ଭିତରେ ସେ ଏହି ପଦ ସମ୍ଭାଳିବେ ବୋଲି ମସ୍କ ଟ୍ଵିଟ ଯୋଗେ କହିଛନ୍ତି ।

ମସ୍କ ଟ୍ଵିଟରେ ଲେଖିଛନ୍ତି ସେ କେବଳ ଟ୍ଵିଟରର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ସମ୍ଭାଳିବେ । ଏହାସହ ମୁଖ୍ୟ ବୈଷୟିକ ଅଧିକାରୀ ଭାବେ କାର୍ଯ୍ୟ କରିବେ । ସେକେବଳ ଉତ୍ପାଦ, ସପ୍ଟେଓ୍ଵର ଓ ସିଷ୍ଟମ ଅପରେଟର ଭାବେ ଦେଖାରେଖା କରିବେ । ମସ୍କ ନିଜ ଟ୍ଵିଟରେ ଲେଖିଛନ୍ତି ‘ମୁଁ ଉତ୍ସାହର ସହ ଘୋଷଣା କରୁଛି ଯେ ମୁଁ ଟ୍ଵିଟର ପାଇଁ ଏକ ନୂଆ ସିଇଓଙ୍କୁ ନିଯୁକ୍ତ ପ୍ରଦାନ କରିଛି । ୬ ସପ୍ତାହ ଭିତରେ ସେ ଏହି ଦାଇତ୍ୱ ସମ୍ଭାଳିବେ । ମୋର ଭୂମିକା କେବଳ କାର୍ଯ୍ୟକାରୀ ଅଧ୍ୟକ୍ଷତା ଓ ମୁଖ୍ୟ ବୈଷୟିକ ଅଧିକାରୀର ରହିବ । ମୁଁ କେବଳ ଉତ୍ପାଦ, ସପ୍ଟେଓ୍ଵର ଓ ସିଷ୍ଟମ ଅପରେଟର ଭାବେ ଦେଖାରେଖା କରିବି ବୋଲି ମସ୍କ୍ କହିଛନ୍ତି।

ତେବେ ଗତ ଡିସେମ୍ବର ମାସରେ ମସ୍କ ଟ୍ୱିଟର ସିଇଓ ପଦ ଛାଡ଼ିବା ନେଇ ତାଙ୍କ ଫଲୋର୍ସଙ୍କର ମତାମତ ଲୋଡ଼ିଥିଲେ। ଏଥିରେ ପ୍ରାୟ ୫୭. ୫% ମସ୍କ ଟ୍ୱିଟର ସିଇଓ ପଦରୁ ଓହରିବା ସପକ୍ଷରେ ମତ ରଖିଥିଲେ।

Related Posts