ମେ’ ୧୮ରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର,୧୬/୫(ସତ୍ୟପାଠ ବ୍ୟୁରୋ): ଆସନ୍ତା ମେ’ ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଷ୍ଟେଟ ଓପନ୍‌ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ୧୮ରେ ପ୍ରକାଶ ପାଇବ। ୧୮ ତାରିଖ ଦିନ ୧୦ଟା ବେଳେ ପ୍ରକାଶ ପାଇବ ରେଜଲ୍ଟ। ଦିନ ୧୦ଟା ରେ ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ରେଜଲ୍ଟ ଘୋଷଣା କରିବେ। ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀ ସେମାନଙ୍କର ରେଜଲ୍ଟ ଜାଣିପାରିବେ। ଛାତ୍ରଛାତ୍ରୀମାନେ ୱେବସାଇଟ ଓ ମ୍ୟାସେଜ୍ ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣି ପାରିବେ। ରେଜଲ୍ଟ www.bseodisha.ac.in ୱେବସାଇଟ୍ ରେ ଉପଲବ୍ଧ ହେବ। ଏନେଇ ଆଜି ବୋର୍ଡ ସଭାପତି ରମାଶିଷ ହାଜରା ଓ ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଏ ବର୍ଷ ୫ ଲକ୍ଷ ୪୧ ହଜାର ପିଲା ପରୀକ୍ଷା ଦେଇଛନ୍ତି । ମାର୍ଚ୍ଚ ୧୦ରୁ ପରୀକ୍ଷା ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହୋଇଥିଲା । ସୁପରିଚାଳନା ପାଇଁ ୩୧୬ଟି ନୋଡାଲ ସେଣ୍ଟର ଓ ୩୨୧୮ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା । ଗତ ବର୍ଷ ପାସ୍ ହାର ଥିଲା ୯୦ ଦଶମିକ ପାଞ୍ଚ ପାଞ୍ଚ ପ୍ରତିଶତ ।

Related Posts