କପିଳେଶ୍ୱର ମନ୍ଦିର ପ୍ରସଙ୍ଗରେ ଭୁଲ ଧରାପଡ଼ିବା ପରେ ଧର୍ମେନ୍ଦ୍ର କ୍ରୋଧିତ: ବିଜେଡି

ଭୁବନେଶ୍ୱର,୧୬/୫(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ସରକାରଙ୍କୁ ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ ଟାର୍ଗେଟ୍‌ କରିବା ପରେ ବିଜେଡି ତାହାର ପାଲଟା ଜବାବ ଦେଇଛି। କପିଳେଶ୍ୱର ମନ୍ଦିରର ଏଏସ୍‌ଆଇ ବିଜ୍ଞପ୍ତି ବିଷୟରେ ଶ୍ରୀ ପ୍ରଧାନଙ୍କୁ ତାଙ୍କ ଭୁଲ ଜଣାଇବା ପରେ ସେ କ୍ରୋଧିତ ହୋଇଥିବାର ଦେଖିବାକୁ ମିଳୁଛି ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କଟାକ୍ଷ କରିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀ ଆଜି ମହିଳାମାନଙ୍କୁ ସମ୍ମାନ ଦେବା ବିଷୟରେ କହିଥିଲେ। କିନ୍ତୁ ନିଜେ କେନ୍ଦ୍ର ମନ୍ତ୍ରୀ ଓ ଓଡ଼ିଶା ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବର୍ଷା ସିଂହ ବରିହା ଓ ଦୀପାଳି ଦାସଙ୍କ ଭଳି ମହିଳାଙ୍କୁ ଅପମାନିତ କରିଥିଲେ ଯେଉଁମାନେ ନିଜ ପିତାଙ୍କୁ ହରାଇଥିଲେ ଓ ସାଧାରଣ ଜୀବନକୁ ଆସିବାକୁ ଚାହୁଁଥିଲେ। ଉଭୟ ଉପନିର୍ବାଚନରେ ବିଜେପି ପରାଜୟର ସମ୍ମୁଖୀନ ହେଲା। ଶ୍ରୀ ପ୍ରଧାନ ସର୍ବଦା ଓଡ଼ିଶାର ମିସନ ଶକ୍ତି ମହିଳାମାନଙ୍କୁ ଅପମାନିତ ଓ ବଦନାମ କରୁଛନ୍ତି।

ସେମାନଙ୍କୁ ଅପରାଧୀଙ୍କ ପରି ବ୍ୟବହାର କରୁଛନ୍ତି। ସେମାନେ ମଧ୍ୟ ମା’ ଓ ଭଉଣୀ, ସମ୍ମାନର ସହିତ ସେମାନେ ନିଜ ଗୋଡ଼ରେ ଛିଡ଼ା ହେବାକୁ ଚେଷ୍ଟା କରୁଛନ୍ତି। ତେଣୁ ଓଡ଼ିଶାର ମିସନ ଶକ୍ତି ମହିଳାମାନଙ୍କୁ ଅପମାନିତ କରିବା ବନ୍ଦ କରନ୍ତୁ। ଓଡ଼ିଶା ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦ୍ୱାରା ମହିଳା ବିରୋଧୀ ବିବୃତି ଯୋଗୁଁ ଓଡ଼ିଶାର ଲୋକମାନେ ବିଶେଷ କରି ମହିଳାମାନେ କ୍ରୋଧିତ ହୋଇଥିଲେ ଏବଂ ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିକୁ ଉପଯୁକ୍ତ ଜବାବ ଦେଇଥିଲେ। କିନ୍ତୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଏପର୍ଯ୍ୟନ୍ତ ଏଥିରୁ କିଛି ଶିକ୍ଷାଲାଭ କଲେ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Related Posts