୨୦୨୩-୨୪ ଶିକ୍ଷାବର୍ଷରୁ ବଢିବ +୨ ସିଟ୍

ଭୁବନେଶ୍ୱର,୩୦/୫(ସତ୍ୟପାଠ ବ୍ୟୁରୋ): ୨୦୨୩-୨୪ ଶିକ୍ଷାବର୍ଷରୁ ବଢିବ +୨ ସିଟ୍‌। ଏନେଇ ପ୍ରେସମିଟ୍‌ କରି ଏନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ଓ ସଚିବ। ମାଟ୍ରିକ ପରୀକ୍ଷାରେ ସଫଳତା ହାର ଅଧିକ ଥିବାରୁ ସିଟ୍‌ ବଢ଼ିବ। ଆବଶ୍ୟକତାକୁ ଦେଖି ସିଟ୍‌ ବଢ଼ାଇବାକୁ ବିଭାଗ ପକ୍ଷରୁ ସୂଚନା। ୧୦୬ଟି ନୂତନ ଉଚ୍ଚ ମାଧ୍ୟମିକ ସ୍କୁଲ ଖୋଲିବାକୁ ଘୋଷଣା। ୧୦୬ ଅପଗ୍ରେଡେଡ୍ ଉଚ୍ଚ ମାଧ୍ୟମିକ ସ୍କୁଲରେ ୧୩ ହଜାର ସିଟ୍ ରହିବ।

ତେବେ ଚଳିତ ବର୍ଷ ମୋଟ୍ ୫ଲକ୍ଷ ୧୬ ହଜାର ୪୨୬ ଜଣ ପିଲା ପାସ୍ କରିଛନ୍ତି। ତେବେ ପୂର୍ବ ଭଳି ଗୋଟେ ପେପରରେ ଫେଲ ହୋଇଥିବା ଛାତ୍ରଛାତ୍ରୀ ଚଳିତ ବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ। ଚଳିତ ବର୍ଷ କଟକ-ଜଗତସିଂହପୁରରେ ମାଟ୍ରିକ୍ ରେଜଲ୍ଟ ପାସ୍ ହାର ସର୍ବାଧିକ ୯୭.୯୯ ପ୍ରତିଶତ ରହିଥିବାବେଳେ ମାଲକାନଗିରିରେ ସର୍ବନିମ୍ନ ୯୨.୬୮ ପ୍ରତିଶତ ପାସ୍ ହାର ରହିଛି। ୯୦ପ୍ରତିଶତରୁ ଅଧିକ ରଖିଛନ୍ତି ୪,୧୫୮, ସେହିଭଳି ୮୦ ପ୍ରତିଶତରୁ ଅଧିକ ରଖିଛନ୍ତି ୨୯,୮୩୮ ଛାତ୍ରଛାତ୍ରୀ। ଛାତ୍ରୀଙ୍କ ପାସ୍‌ ହାର ୯୭.୦୫% ଓ ଛାତ୍ରଙ୍କ ପାସ୍‌ ହାର ୯୫.୭୫%। ୩ ହଜାର ୨୨୨ ସ୍କୁଲ୍‌ରେ ଶତପ୍ରତିଶତ ରେଜଲ୍ଟ ହୋଇଛି।

ସୂଚନାଯୋଗ୍ୟ ଯେ, ଗତ ମେ ୧୮ରେ ପ୍ରକାଶ ପାଇଥିଲା ମାଟ୍ରିକ୍ ରେଜଲ୍ଟ। ଚଳିତ ବର୍ଷ ପାସ୍ ହାର ୯୬ ପ୍ରତିଶତରୁ ଅଧିକ। ପାସ ହୋଇଥିବା ଛାତ୍ରଛାତ୍ରୀଙ୍କ ତୁଳନାରେ କଲେଜରେ ସିଟ ସଂଖ୍ୟା କମ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢିବା ନେଇ ଚିନ୍ତା ବଢିଥିଲା।

Related Posts