ଭୁବନେଶ୍ୱର,୧୬/୬(ସତ୍ୟପାଠ ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବିହାର ବାସିନ୍ଦା ପ୍ରକାଶ ରାମ। ପ୍ରକାଶଙ୍କର ଆସିୟୁରେ ଚିକିତ୍ସା ଚାଲିଥିଲା ପ୍ରକାଶ ରାମଙ୍କ ବୟସ ୧୭ ବର୍ଷ। ଏନେଇ ସୂଚନା ଦେଇଛନ୍ତି କଟକ ଏସସିବି ମେଡିକାଲର କୁଳ ସଚିବ ଡକ୍ଟର ଅବିନାଶ ରାଉତ। ଏହାକୁ ମିଶାଇ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ମୃତ୍ୟ ହୋଇଛି। ଏହାଫଳରେ ବାଲେଶ୍ବର ଜିଲ୍ଲା ବାହାନଗାରେ ଗତ ୨ ତାରିଖ ଦିନ ଘଟିଥିବା କରମଣ୍ଡଳ ଏକ୍ସପ୍ରେସ୍, ଯଶୋବନ୍ତପୁର-ହାୱଡା ଏକ୍ସପ୍ରେସ୍ ଓ ମାଲଗାଡ଼ି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି ପାଇଛି। ବିଭିନ୍ନ ସ୍ଥାନରେ ଆହୁରି ପ୍ରାୟ କେତେକ ଲୋକଙ୍କର ଚିକିତ୍ସା ଜାରି ରହିଛି।
ପୂର୍ବରୁ ବିଜୟ ପାଶଓ୍ବାନ ନାମକ ଜଣେ ଆହତଙ୍କର ଚିକିତ୍ସାଧୀନ ଅଵସ୍ଥାରେ ମୃତ୍ୟୁ ଘଟିଥିଲା। ତାଙ୍କ ଘର ବିହାର ଅଞ୍ଚଳରେ। ଦୁର୍ଘଟଣା ଦିନ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏସସିବିର ସେଣ୍ଟ୍ରାଲ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ। ମୃତକ ବିଜୟଙ୍କର ସ୍ଲାଇନାଲ ଇଞ୍ଜୁରୀ ଥିଲା । ତାଙ୍କୁ ଭେଣ୍ଟି ଲେଟରରେ ରଖାଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଏସସିବିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।





