ବାହାନଗା ଟ୍ରେନ ଦୁର୍ଘଟଣା: ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୧୭/୬(ସତ୍ୟପାଠ ବ୍ୟୁରୋ):ବାହାନଗା ଟ୍ରେନ୍ ଦୁର୍ଘଟଣାରେ ବଢ଼ିଲା ମୃତୁ ସଂଖ୍ୟା । କଟକ ଏସସିବିରେ ଚିକିତ୍ସିତ ହେଉଥିବା ଆଉ ଜଣେ ଦୁର୍ଘଟଣାଗ୍ରସ୍ତଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ବିହାରର ସୋହେଲ ମନସୁର ବୋଲି ସୂଚନା ମିଳିଛି । ସେ ସର୍ଜରୀ ଆଇସିୟୁରେ ଚିକିତ୍ସାଧୀନ ଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱର ଥିଲା । କିଛି ଦିନ ହେବ ସେ ବାରମ୍ବାର ଚେତାଶୂନ୍ୟ ହୋଇ ପଡୁଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଛି ।

ଏଥିସହିତ ବାହାନଗା ଟ୍ରେନ୍ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ୨୯୧ରେ ପହଁଚିଛି । ଗତକାଲି ଜଣଙ୍କର ଓ ପୂର୍ବରୁ ଆଉ ଜଣେ ଆହତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତେବେ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିଲା । ଏବଂ ଶତାଧିକ ଲୋକ ଦୁର୍ଘଟଣାଗ୍ରସ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗୁରୁତରମାନେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Related Posts