ଭୁବନେଶ୍ୱର,୧୭/୬(ସତ୍ୟପାଠ ବ୍ୟୁରୋ): ପୁଣି ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ରାୟଗଡା ଜିଲ୍ଲା ଅମ୍ବାଦଳା ରେଳ ଷ୍ଟେସନ ନିକଟରେ ଏଭଳି ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ବିଶାଖାପାଟଣାରୁ ବକ୍ସାଇଟ୍ ନେଇ ଏକ ମାଲ ବୋଝେଇ ଟ୍ରେନ୍ ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଆଲୁମିନା ରିଫାଇନାରୀ ପ୍ଲାଣ୍ଟକୁ ଯାଉଥିବା ବେଳେ ଅମ୍ବାଦଳା ରେଳ ଷ୍ଟେସନ ନିକଟରୁ ମାତ୍ର ୨ଶହ ମିଟର ଦୂରରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଯାଇଛି ।
ପାଖରେ ଅନ୍ୟ ତିନୋଟି ଲାଇନ ଥିବାରୁ ରେଳ ଚଳାଚଳରେ କୌଣସି ବାଧା ସୃଷ୍ଟି ହୋଇନଥିଲେ ମଧ୍ୟ ରେଳ ବାରମ୍ବାର ଦୁର୍ଘଟଣା ଓ ଲାଇଚ୍ୟୁତକୁ ନେଇ ଲୋକଙ୍କ ମନରେ ଆତଙ୍କ ଦେଖାଦେଇଛି ।
ଗତ କିଛି ମାସ ତଳେ ମଧ୍ୟ ସେହି ସ୍ଥାନରେ ଏକ ମାଲ ବୋଝେଇ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ଖବର ପାଇ ରେଳ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲାଇନରୁ ସେହି ବଗିଗୁଡିକୁ କାଢିବାର କାର୍ଯ୍ୟ ଜାରି ରହିଛି ।





