‘ଭଗଓ୍ବନ୍ତ ମାନ ମୁଖ୍ୟମନ୍ତ୍ରୀ ନା କେଜ୍ରିଓ୍ବାଲଙ୍କ ପାଇଲଟ୍ ?’: ଅମିତ ଶାହ

ଭୁବନେଶ୍ୱର,୧୮/୬(ସତ୍ୟପାଠ ବ୍ୟୁରୋ): ଆଜି ପଞ୍ଜାବର ଆମ୍ ଆଦମୀ ପାର୍ଟି (ଆପ୍) ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଗୁରୁଦାସପୁରଠାରେ ଅନୁଷ୍ଠିତ ଏକ ଜନସଭାରେ ଯୋଗ ଦେଇ ଶାହ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସହ ସାରା ଦେଶରେ ଗସ୍ତରେ ସମୟ ବିତାଉଥିବାରୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଖରାପରୁ ଖରାପ ହେବାରେ ଲାଗିଛି । ବେଳେବେଳେ ଭାବିଥାଏ ଭଗବନ୍ତ ମାନ ମୁଖ୍ୟମନ୍ତ୍ରୀ ନା ପାଇଲଟ୍ ।

ନରେନ୍ଦ୍ର ମୋଦୀ ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ବିଜେପିର ଜନସମ୍ପର୍କ ଅଭିଯାନ ଅବସରରେ ଏକ ରାଲିକୁ ସମ୍ବୋଧିତ କରି ଶାହା କହିଛନ୍ତି, “ମୋର ପୁରା ଜୀବନରେ ମୁଁ ଆପ୍ ନେତୃତ୍ୱାଧୀନ ସରକାର ଭଳି ସରକାର ଦେଖିନାହିଁ ଯିଏ ଫମ୍ଫା ପ୍ରତିଶ୍ରୁତି ଦେଇଥାଏ। ଭଗବନ୍ତ ମାନଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କର କେବଳ ଗୋଟିଏ କାମ ଅଛି। ଯଦି କେଜ୍ରିଓ୍ଵାଲଙ୍କୁ ଚେନ୍ନାଇ ଯିବାକୁ ପଡ଼େ, ତେବେ ତାଙ୍କୁ ଚେନ୍ନାଇ ନେବା ପାଇଁ ସେ ବିମାନଯୋଗେ ଦିଲ୍ଲୀ ଯାଆନ୍ତି। ଯଦି କେଜ୍ରିଓ୍ଵାଲଙ୍କୁ କୋଲକାତା ଯିବାକୁ ପଡ଼େ, ତେବେ ମାନ ବିମାନ ଧରି ତାଙ୍କୁ କୋଲକାତା ନେଇଯାଆନ୍ତି।

ସେ ଆହୁରି କହିଛନ୍ତି ଯେ, କେଜ୍ରିୱାଲଙ୍କ ଦେଶବ୍ୟାପୀ ଗସ୍ତର ଆୟୋଜନ କରୁଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ । ମୁଁ ପ୍ରାୟତଃ ଭାବିଥାଏ ଯେ ସେ ମୁଖ୍ୟମନ୍ତ୍ରୀ ନା ପାଇଲଟ୍ । ତାଙ୍କର ସମସ୍ତ ସମୟ କେଜ୍ରିୱାଲଙ୍କ ଗସ୍ତରେ ବିତିଯାଉଛି ଏବଂ ଏହାର ପରିଣାମ ସ୍ୱରୂପ ପଞ୍ଜାବର ଆଇନ ଶୃଙ୍ଖଳା ପରିସ୍ଥିତି ଖରାପରୁ ଖରାପ ହେବାରେ ଲାଗିଛି ବୋଲି ଶାହ କହିଛନ୍ତି ।

ତେବେ ଏହି ପ୍ରସଙ୍ଗରେ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ମାନ ଙ୍କୁ ଟାର୍ଗେଟ କରିଥିଲେ | ସେ କହିଥିଲେ ଯେ ମାନ ନିଜ ପଦର ଅପବ୍ୟବହାର କରୁଛନ୍ତି | ଆଉ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ ହେଲିକ୍ୟାପ୍ଟରରେ ସେ ଅରବିନ୍ଦ କେଜ୍ରିୱାଲଙ୍କୁ ଧରି ଦେଶ ସାରା ବୁଲି ବୁଲି ବିରୋଧୀ ଦଳର ନେତାମାନଙ୍କୁ ଭେଟୁଛନ୍ତି |

Related Posts