ଜୁନ୍ ୨୬ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଅବଧି

ଭୁବନେଶ୍ୱର,୨୦/୬(ସତ୍ୟପାଠ ବ୍ୟୁରୋ): ଚଳିତ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ନାମଲେଖା ଆବେଦନ ତାରଖ ବୃଦ୍ଧି କରାଯାଇଛି। ଗତ ମେ ୨୯ ତାରିଖରୁ ଯୁକ୍ତ ଦୁଇ ଆଡ୍‌ମିଶନ୍ ନିମନ୍ତେ ଆବେଦନ ଆରମ୍ଭ କରାଯାଇଥିବା ବେଳେ ତାହା ଆଜି ଅର୍ଥାତ ୨୦ ତାରିଖରେ ଶେଷ ହେବ ହେବାର ଥିଲା। କିନ୍ତୁ ଏହାକୁ ଆଜି ବୃଦ୍ଧି କରାଯିବା ନେଇ ଘୋଷଣା କରାଯାଇଛି। ସାମସ୍ ପୋର୍ଟାଲ୍‌ରେ ଆବେଦନ ତାରିଖ ୨୬ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ପରିବର୍ଦ୍ଧିତ ସୂଚୀ ଅନୁସାରେ ଜୁଲାଇ ୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା। ପ୍ରଥମ ପର୍ଯ୍ୟାୟ ଆଡ୍‌ମିଶନ୍ ଯଥାକ୍ରମେ ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୮ ଯାଏଁ ଚାଲିବ। ଦ୍ଵିତୀୟ ମେଧା ତାଲିକା ଜୁଲାଇ ୧୬ ରେ ପ୍ରକାଶ କରାଯିବା ସହିତ ଏହାର ଆଡ୍‌ମିଶନ୍ ପ୍ରକ୍ରିୟା ୧୯ ତାରିଖ ସୁଦ୍ଧା ସଂପାଦନ କରାଯିବ । ସେହିପରି ଅନ୍‌ଲାଇନ୍ ସ୍କଟ୍ ଚୟନ ଆଡ୍‌ମିଶନ୍ ପ୍ରକ୍ରିୟା ଜୁଲାଇ ୧୭ ତାରିଖରୁ ଆରମ୍ଭ କରାଯାଇ ୨୭ ଜୁଲାଇ ସୁଦ୍ଧା ସଂପାଦନ କରାଯିବ । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଜୁଲାଇ ୨୯ ତାରିଖରୁ ଏକାଦଶ ଶ୍ରେଣୀର ପାଠପଢ଼ା ଆରମ୍ଭ କରାଯିବ ।

ସୂଚନାଯୋଗ୍ୟ ଯେ, ଏପର୍ଯ୍ୟନ୍ତ ସାମସ୍ ପୋର୍ଟାଲ ଜରିଆରେ ୪,୪୫,୮୮୭ ଜଣ ଆବେଦନକାରୀ ଯୁକ୍ତ ଦୁଇ ପାଠ୍ୟକ୍ରମ ପାଇଁ ଆବେଦନ କରିଛନ୍ତି ।

Related Posts