ଆସନ୍ତା ଦୁଇ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ, ରାଜ୍ୟରେ ତାପମାତ୍ରା ଆହୁରି କମିବା ସମ୍ଭାବନା

ଭୁବନେଶ୍ୱର,୨୧/୬(ସତ୍ୟପାଠ ବ୍ୟୁରୋ): ଦିନେ ଦୁଇ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ। କାରଣ ବର୍ତ୍ତମାନ ଯେଉଁ ପାଗ ଅଛି, ତାହା ମୌସୁମୀ ପାଇଁ ଅନୁକୂଳ ଅଛି। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ସେ କହିଛନ୍ତି, ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେଉଛି। ଆଗାମୀ ଦୁଇ ଦିନ ଭିତରେ ରାଜ୍ୟର ତାପମାତ୍ରା ଆହୁରି କମିବ। ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବୃଦ୍ଧି ପାଇଛି। ତାପମାତ୍ର ଆଗ ଅପେକ୍ଷା କମିଛି। ଗତ ଦୁଇ ଦିନରେ କିଛି ଜିଲ୍ଲାରେ ବର୍ଷାର ପରିମାଣ ବୃଦ୍ଧି ପାଇଛି ଏବଂ ଆଗାମୀ ଦୁଇ ଦିନରେ ଏହା ଆହୁରି ବଢିବ।

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଆହୁରି ମଧ୍ୟ କହିଛନ୍ତି ଅନେକ ଅଞ୍ଚଳରେ ପ୍ରାକ ମୌସୁମୀ ବର୍ଷା ହୋଇଛି। ମେଘୁଆ ପାଗ ବି ରହୁଛି। ଗତ ଦୁଇ ତିନି ଦିନ ଭିତରେ କିଛି ଜିଲ୍ଲାରେ ବର୍ଷାର ମାତ୍ରା ବୃଦ୍ଧି ପାଇଛି। ବର୍ତ୍ତମାନ ବାୟୁର ଯେଉଁ ଚଳାଚଳ ରହିବା କଥା ମୌସୁମୀ ଆଗମାନ ପାଇଁ, ତାହା ବାୟୁମଣ୍ଡଳର ନିମ୍ନ ଭାଗରେ ତାହା ଦୃଶ୍ୟମାନ ହେଉଛି। ଖାସ କରି ଦକ୍ଷିଣ ପଶ୍ଚିମ ଦିଗରୁ ବାୟୁ ପ୍ରଭାହିତ ହେଉଛି। ଆଗାମୀ ଦୁଇ ଦିନରେ ଏହାର ପରିମାଣ ବଢିବାର ଆକଳନ କରାଯାଉଛି। ଯାହା ମୌସୁମୀ ଆଗମାନ ପାଇଁ ଅନୁକୂଳ। ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି ଜିଲ୍ଲାରେ ବର୍ଷାର ମାତ୍ରା ଅଧିକ ରହିବ। ଗତକାଲି ମଧ୍ୟ କୋରାପୁଟ ଓ ନବରଙ୍ଗପୁରର କିଛି ଅଂଚଳରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି।

ନବରଙ୍ଗପୁରର ଗୋଟେ ସ୍ଥାନରେ ୭୪ ମିଲିମିଟର ଓ ଆଉ ଏକ ସ୍ଥାନରେ ୬୪ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବାୟୁମଣ୍ଡଳରେ ଜଳୀୟ ବାଷ୍ପର ମାତ୍ରା ବୃଦ୍ଧି ପାଉଛି। ଆଜି ଭୁବନେଶ୍ୱରରେ ସକାଳ ୮.୩୦ ସୁଦ୍ଧା ୮୩% ଆଦ୍ରତା ରହିଥିଲା। ଏବେ ବି ଆଦ୍ରତା ରହିଛି। ତାପମାତ୍ରା ଯାହା କିଛି ଦିନ ତଳେ ଥିଲା, ତାହା କମିଛି। ହିଟୱେଭ ସ୍ଥିତି ନାହିଁ। ଜୁନ ୨୨ ତାରିଖରୁ ହାଲୁକା ମଧ୍ୟମ ଧରଣର ବର୍ଷା ରହିବ। ୨୩ ପରେ ୨୪ ରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୦ ସେଣ୍ଟିମିଟର ବର୍ଷା ରହିବ ଦକ୍ଷିଣ ଓଡ଼ିଶାରେ। ଉପକୂଳ ଓ ପାର୍ଶ୍ଵ ଅଂଚଳରେ ବି ବର୍ଷା ହେବ। ଆଜି ଓ କାଲି ଯେଉଁ ବର୍ଷା ହେବ, ତାହା ପ୍ରଭାବରେ ମୋସୁମୀର ଆଗମନ ହେବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀ ତାପମାତ୍ରା ରହିବ। ହେଲେ ହିଟୱେଭ ରହିବନି। ଗତକାଲି ବରଗଡ଼, ଝାରସୁଗୁଡାରେ ବର୍ଷା ଅନୁଭୂତ ହୋଇଛି. ତେଣୁ ତାପମାତ୍ରା କମିବ ଓ ହିଟୱେଭ ରହିବନି। ଆହୁରି କମିବ ତାପମାତ୍ରା ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି।

ଚଳିତ ବର୍ଷ ଜୁନରେ ନିଅଣ୍ଟିଆ ବର୍ଷା ହିଟୱେଭ ଆକଳନ ହୋଇଥିଲା। ତେଣୁ ବର୍ଷା ପରିମାଣ କମ ଅଛି ଜୁନରେ। ଯେହେତୁ କେରଳକୁ ବିଳମ୍ବରେ ଛୁଇଁଲା ମୌସୁମୀ, ତେଣୁ ଓଡ଼ିଶାରେ ବି ବିଳମ୍ବ ହୋଇଛି। ତେଣୁ ବର୍ଷାର ପ୍ରଭାବ କମିବ। ଜୁନରେ ୨୦୦ ମିଲିମିଟର ବର୍ଷା ରେକର୍ଡ ହେବା କଥା। ହେଲେ ଜୁନ ୧୯ ସୁଦ୍ଧା ୮୦% କମ ବର୍ଷା କମ ରହିଛି। ଆଗକୁ ବର୍ଷା ହେଲେ, ଏହାର ପରିମାଣ ଯଥେଷ୍ଟ ବଢିବାର ଅନୁମାନ କରାଯାଉଛି।

Related Posts