ଶେଫ ସଞ୍ଜିବ କପୁରଙ୍କ ଉପରେ ନିର୍ମାଣ ହେବ ବାୟୋପିକ

ମୁମ୍ବାଇ: ଶେଫ ସଞ୍ଜିବ କପୁର ତାଙ୍କ ନାଁ ହିଁ କାଫି । ତାଙ୍କୁ କିଏ ବା ନ ଜାଣେ । ଖାଦ୍ୟ ବନାଇବା ଶୈଳୀ କୁ ନେଇ ବେଶ୍ ଜଣାଶୁଣା । ତାଙ୍କ ଶୋ’ ‘ସଞ୍ଜିବ କପୁରର୍ସ କିଚେନ’କୁ ସମସ୍ତେ ଅଳ୍ପ ବହୁତେ ମନେ ରଖିଥିବେ ନିଶ୍ଚୟ । ଟେଲିଭିଜନର ଏହା ଏକ ଲୋକପ୍ରିୟ କାର୍ଯ୍ୟକ୍ରମ ଥିଲା ।

ଖାଦ୍ୟ ପ୍ରସ୍ତୁତ କରିବା, ଖାଦ୍ୟ ଖାଇବା ଓ ଖୁଆଇବାରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଏହା ଏକ ଭଲ ଶୋ’ ଥିଲା । ୨୦୧୩ରେ ଆସିଥିବା ଏହି ଶୋ’ ଖୁବ୍ ଲୋକପ୍ରିୟତା ହାସଲ କରିଥିଲା । ଆଜି ସମସ୍ତେ ସଞ୍ଜିବ କପୁରଙ୍କୁ ଶେଫ ଭାବେ ଜାଣନ୍ତି ।

ତେବେ ଏହାରି ଭିତରେ ତାଙ୍କୁ ନେଇ ଏକ ବଡ଼ ଖବର ଆସିଛି । ହଂସଲ ମେହେଟା ସଞ୍ଜିବ କପୁରଙ୍କ ବାୟୋପିକ ନିର୍ମାଣ କରିବେ ବୋଲି ଘୋଷଣା କରିଛନ୍ତି । ମୁମ୍ବାଇରେ ଏକ କାର୍ଯ୍ୟକ୍ରମ ଲଚିଙ୍ଗରେ ସଞ୍ଜିବ କପୁର କହିଛନ୍ତି, ମୁଁ ବାୟୋପିକ ପାଇଁ ପ୍ରସ୍ତୁତ ନ ଥିଲି । ଜୀବନରେ ଆହୁରି ବହୁତ କିଛି କରିବାର ଅଛି । ଯେତେବେଳେ ମୋତେ କେହି ପ୍ରଶ୍ନ କରନ୍ତି ଯେ. ଆପଣଙ୍କ ଇଚ୍ଛା ରହିଛି କି ଆପଣଙ୍କ ବାୟୋପିକ ହେଉ । ସେତେବେଳେ ମୋ ଉତ୍ତର ରହେ, ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ମୋତେ ଯେଉଁଦିନ କହିବେ ତୁମର ବାୟୋପିକ ହେବ ସେଦିନ ମୁଁ ହଁ ଭରିବି । ଆଉ ସେ ହେଉଛନ୍ତି ହଂସଲ ମେହେଟା ।

ସୂଚନାଯୋଗ୍ୟ, ହଂସଲ ମେହେଟା ହେଉଛନ୍ତି ସେହି ବ୍ୟକ୍ତି ଯିଏ ସଞ୍ଜିବ କପୁରଙ୍କୁ ପରିଚିତ କରାଇଥିଲେ । ସଞ୍ଜିବ କପୁରଙ୍କ ଶୋ’ ଖାନା ଖଜାନାର ନିର୍ଦ୍ଦେଶନା ଦେଇଥିଲେ । ୯୦ ଦଶକରେ ଆସିଥିବା ଏହି କାର୍ଯ୍ୟକ୍ରମ ସଞ୍ଜିବ କପୁରଙ୍କୁ ସାରା ଦେଶରେ ପରିଚିତ କରାଇଥିଲା ।

Related Posts