ଠିକାଦାର ମୃତ୍ୟୁ ମାମଲାରେ କର୍ଣ୍ଣାଟକ ମନ୍ତ୍ରୀ ଈଶ୍ୱରପ୍ପାଙ୍କ ନାମରେ ଦାଏର ହେଲା ମାମଲା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଠିକାଦାର ସନ୍ତୋଷ ପାଟିଲଙ୍କ ଆତ୍ମହତ୍ୟା ଘଟଣାରେ କର୍ଣ୍ଣାଟକର ମନ୍ତ୍ରୀ କେ.ଏସ ଈଶ୍ୱରପ୍ପାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଏହି ମାମଲାରେ ସମ୍ପୃକ୍ତି ଥିବା ହେତୁ ମନ୍ତ୍ରୀଙ୍କ ନାଁରେ ‘ଏଫ୍ଆଇଆର୍’ ଫାଇଲ୍ କରାଯାଇଛି। କେବଳ ଏତିକି ନୁହେଁ ବରଂ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ମଧ୍ୟ ତାଙ୍କୁ ଡକାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଈଶ୍ବରପ୍ପାଙ୍କ ନାମରେ ‘ଏଫ୍ଆଇଆର୍’ ରେଜିଷ୍ଟ୍ରି କରାଯାଇଛି। ମୁଁ ସମସ୍ତ ସୂଚନା ସଂଗ୍ରହ କରୁଛି। ଫୋନ୍ରେ ଈଶ୍ବରପ୍ପାଙ୍କ ସହିତ କଥାବାର୍ତ୍ତା ହେବି ଏବଂ ତାଙ୍କୁ ଡକାଇ ତାଙ୍କ ସହିତ କଥାବାର୍ତ୍ତା କରିବି। ଏବେ ‘ଏଫ୍ଆଇଆର୍’ ଦାଏର କରାଯାଇଛି।

ମୁଁ ତାଙ୍କ ସହିତ କଥାବାର୍ତ୍ତା ହେବି ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ କହିଛନ୍ତି । ସେପଟେ ଈଶ୍ବରପ୍ପାଙ୍କ ନାଁରେ ଦିଆଯାଇଥିବା ‘ଏଫ୍ଆଇଆର୍’ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଦଳର ହାଇକମାଣ୍ଡ୍ଙ୍କୁ ସଂକ୍ଷେପରେ ଅବଗତ କରାଇଛନ୍ତି। ଆତ୍ମହତ୍ୟା କରିବାକୁ ବାଧ୍ୟ କରାଇଥିବା କାରଣରୁ ଈଶ୍ବରପ୍ପା ଏବଂ ତାଙ୍କ ସହଯୋଗୀମାନଙ୍କୁ ଗିରଫ କରାଯାଇଛି। ପାଟିଲ୍ଙ୍କ ଭାଇ ପ୍ରଶାନ୍ତଙ୍କ ଅଭିଯୋଗ ଆଧାରରେ ଉଦିପିରେ ଏହି ମାମଲା ରୁଜୁ କରାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts