ଚେନ୍ନାଇ ସରକାରୀ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ

ଚେନ୍ନାଇ: ଆଜି ସକାଳେ ଚେନ୍ନାଇ ସରକାରୀ ହସ୍ପିଟାଲରେ ଏକ ବଡ଼ ଅଘଟଣ ଘଟିଛି । ଚେନ୍ନାଇ ରାଜୀବ ଗାନ୍ଧୀ ସରକାରୀ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସକାଳ ୧୧ ଟା ସମୟରେ ହସ୍ପିଟାଲର ଅସ୍ତ୍ରପୋଚାର ବିଭାଗରେ ଏହି ଅଗ୍ନିକାଣ୍ଡ ଘଟିଛି । ତେବେ ଏଥିରେ କେହି ମୃତାହତ ହୋଇ ନଥିବା ବେଳେ ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି ।

ଅଗ୍ନିକାଣ୍ଡ ସମୟରେ ହସ୍ପିଟାଲରେ ୪ଟି ଗ୍ୟାସ ସିଲିଣ୍ଡର ରହିଥିବା ବେଳେ ସେଥିରୁ ଗୋଟିଏ ବିସ୍ପୋରଣ ହୋଇଯାଇଥିବା ନେଇ ସୂଚନା ରହିଛି ।

ଏନେଇ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତେବେ ହସ୍ପିଟାଲ ମଧ୍ୟରେ ଥିବା ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ହସ୍ପିଟାଲ ଗୋଟିଏ ପୁରୁଣା ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅନ୍ୟ ୩ ଗୋଟି କୋଠା ନିଆଁ ଆଁରୁ ବର୍ତ୍ତିଯାଇଛି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନିକାଣ୍ତରେ କେହି ମୃତାହତ ହୋଇ ନାହାନ୍ତି । ଏନେଇ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଜେ ରାଧାକ୍ରିଷନ ସୂଚନା ଦେଇଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ନିଆଁ କିପରି ଲାଗିଲା ସେନେଇ ଖୋଳତାଡ଼ ଆରମ୍ଭ ହୋଇଛି ।

Related Posts