ଅନୁଗୁଳ ଜିଲ୍ଲା ପାଳଲହଡା ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି , ଲୁଟ ଭଳି ଘଟଣା ନିତିଦିନିଆ ଘଟଣା ରେ ପରିଣତ ହୋଇଗଲାଣି , ସାଧାରଣ ଲୋକେ ଏଠି ନିଜକୁ ସୁରକ୍ଷିତ ମନେ କରି ପାରୁ ନାହାଁନ୍ତି ତେବେ ଖବରରୁ ଜଣାଯାଏ ଗତକାଲି ସନ୍ଧ୍ୟା 7.30 ମିନିଟ ସମୟରେ ପାଳଲହଡା ବଜାର ଛକଠାରେ ଦୀର୍ଘ ଦିନ ହେଲା ଗ୍ରାହକ ସେବା କେନ୍ଦ୍ର କରି ମାଲିକ ଆନନ୍ଦ ସୁନାର ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଆସୁଥିଲେ , ସବୁଦିନ ପରି ଗତକାଲି ଆନନ୍ଦ ସୁନାର ପାଖାପାଖି ତିନି ଲକ୍ଷ ଟଙ୍କା ଏକ ବ୍ୟାଗରେ ନିଜ ଘର ସାମନ୍ତ ସାହିକୁ ଚାଲି ଚାଲି ଯାଉଥିବା ବେଳେ ତାଙ୍କ ଘର ଠାରୁ ମାତ୍ର ତିରିଶ ମିଟର ଦୁର ଓ ପାଳଲହଡା ଥାନା ଠାରୁ ପଚାଶ ମିଟର ଦୁରରେ ଏକ ଅନ୍ଧାରିଆ ସ୍ଥାନରେ ଦୁଇଜଣ ଦୁର୍ବୃତ୍ତ ପୂର୍ବରୁ ଛକି ରହିଥିବା ବେଳେ ଗ୍ରାହକ ସେବା କେନ୍ଦ୍ର ମାଲିକ ଆନନ୍ଦ ସୁନାର ଙ୍କ ପଛେରେ ଏକ ଆପାଚି ବାଇକରେ ପହଞ୍ଚି ହଠାତ ଆକ୍ରମଣ କରିଥିଲେ ଦୁର୍ବୃତ୍ତ ମାନେ ତାଙ୍କୁ ପ୍ରଥମେ ମାଡମାରି ଥିଲେ ଓ ଭୁଜାଲି ରେ ଆକ୍ରମଣ ପାଇଁ ଉଦ୍ୟମ କରିତିଲେ ଆନନ୍ଦ ସୁନାର ଙ୍କୁ ଭୟଭୀତ କରାଇ ତାଙ୍କ ଠାରୁ ଟଙ୍କା ବ୍ୟାଗ ଓ ଲାପଟପ ଛଡାଇ ନେଇ ଫେରାର ହୋଇ ଯାଇଥିଲେ । ସେ ତତ କ୍ଷଣାତ ପୋଲିସ କୁ ଖବର ଦେଇଥିଲେ । ଥାନା ଅଧିକାରୀ ଶ୍ରୀ ଟୁଡୁ ଅବିଳମ୍ବେ ସଦଳବଳେ ଘଟଣା ସ୍ଥଳକୁ ପହଞ୍ଚି ତନାଘନା ଆରମ୍ଭ କରିବା ସହ ପାଳଲହଡା ର ସମସ୍ତ ପ୍ରବେଶ ପଥ ଯଥା କେନ୍ଦୁଝର ସିମାନ୍ତ , ଦେବଗଡ଼ ସିମାନ୍ତ ଓ ଖମାର ସିମାନ୍ତ ରାସ୍ତା କୁ ସିଲଡ଼ କରିଦେଇ ଥିଲେ । ତେବେ ଏହି ଦୁର୍ବୃତ୍ତ ମାନେ ଏକ ଟିଭିଏସ ଆପାଚି ଗାଡ଼ିରେ ଦୃତ ଗତିରେ କନ୍ତଳା ଛକ ଦେଇ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଶତ ଚେଷ୍ଟା କରିଥିଲେ ସୁଦ୍ଧା ପୋଲିସ ହାତରୁ ଖସି
ଦୃତ ଗତିରେ ଫେରାର ହେବାରେ ସକ୍ଷମ ହେଲେ ଏହି ଦୁର୍ବୃତ୍ତ ମାନେ । ପାଳଲହଡା ପୋଲିସ ଏମାନଙ୍କୁ ଧରିବା ପାଇଁ ତେଲକୋଇ , ଖମାର ଓ ବାରକୋଟ ଥାନାକୁ ପୁର୍ବରୁ ସୂଚନା ଦେଇଥିଲେ ସୁଦ୍ଧା ତେଲକୋଇ ପୋଲିସ କୁ ଚକମା ଦେଇ ଏହି ଦୁର୍ବୃତ୍ତ ମାନେ ଫେରାର ହୋଇଥିବା ସୁଚନା ମିଳିଛି । ପାଳଲହଡା ପୋଲିସ ତଦନ୍ତ ଜାରି ରଖିବା ସହ ବିଭିନ୍ନ ସ୍ଥାନରେ ଚଢାଉ କରି ଦୁର୍ବୃତ୍ତ ମାନଙ୍କୁ ଧରିବା ପାଇଁ ପ୍ରୟାସ ଚଲାଇଛି ।
ଗତକାଲି ର ଏହି ଘଟଣା କୁ ନେଇ ସାଧାରଣ ଲୋକଙ୍କ ଭିତରେ ଆଲୋଡନ ସୃଷ୍ଟି ହବା ସହ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ପାଟ୍ରୋଲିଂ ଯୋରଦାର କରିବା ପାଇଁ ଦାବି ହୋଇଛି ।
