ବନ୍ୟା ପୀଡିତଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ପାକିସ୍ତାନର ଏକ ସେନା ହେଲିକପ୍ଟର ନିଖୋଜ

ଇସଲାମାବାଦ: ନିଖୋଜ ହେଲା ପାକିସ୍ତାନର ଏକ ସେନା ହେଲିକପ୍ଟର। ସୋମବାର ନିଖୋଜ ହୋଇଯାଇଥିବା ନେଇ ସୂଚନା ପ୍ରକାଶ ପାଇଛି । ସେନାର ମିଡିଆ ୱିଙ୍ଗ ଟୁଇଟରରେ ସୂଚନାଦେଇ କହିଛନ୍ତି, ଏଭିଏଶନ ହେଲିକପ୍ଟର ବେଲୁଚିସ୍ତାନର ଲାସବେଲାରେ ବନ୍ୟା ପୀଡିତଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ଆକାଶମାର୍ଗରେ ଏଟିସିଠାରୁ ସମ୍ପର୍କ ଛିନ୍ନ ହୋଇଯାଇଥିଲା ।

ଟୁଇଟରେ କୁହାଯାଇଛି କି ବେଲୁଚିସ୍ତାନରେ ବନ୍ୟା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା କମାଣ୍ଡର ୧୨ କୋର ସହିତ ୬ ଲୋକ ଉକ୍ତ ହେଲିକପ୍ଟରରେ ଥିଲେ । ଏବେ ନିଖୋଜ ହେଲିକପ୍ଟରକୁ ଖୋଜା ଚାଲିଛି ।

ସୂଚନାଯୋଗ୍ୟ, ପାକିସ୍ତାନ ବାୟୁସେନା(ପିଏଏଫ୍‌)ବେଲୁଚିସ୍ତାନର ବନ୍ୟା ପ୍ରଭାବିତ ଅଞ୍ଚଳରେ ସକ୍ରିୟ ଭାବେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି ସମୟରେ ସେନା ହେଲିକପ୍ଟର ପ୍ରଭାବିତ ଅଞ୍ଚଳରେ ଅଟା, ଘିଅ, ଚିନି, ଡାଲି, ଚା’, ଔଷଧ ସହ ୧୬,୯୯୫ ପାଉଣ୍ଡର ରିଲିଫ ସାମଗ୍ରୀ ପହଞ୍ଚାଇଛନ୍ତି ।

Related Posts