କୋଇଲା ଦୁର୍ନୀତି ମାମଲାରେ ଅଭିଷେକ ବାନାର୍ଜୀଙ୍କୁ ବଡ଼ ଆଶ୍ୱସ୍ତି, ଗିରଫଦାରୀ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କୋଇଲା ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଓ ତାଙ୍କର ପତ୍ନୀ ରୁଜିରା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟ ସେମାନଙ୍କର ଗିରଫଦାରୀ ଉପରେ ପୁଣି ରୋକ ଲଗାଇଛନ୍ତି। ଏହାସହ ତାଙ୍କୁ ବିଦେଶ ଗସ୍ତ ପାଇଁ ମଧ୍ୟ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ।ମାମଲାର ଆଗାମୀ ଶୁଣାଣି ସେପ୍ଟେମ୍ବର ୩୦ରେ ହେବ ବୋଲି କୋର୍ଟ କହିଛନ୍ତି। ଏହାପୂର୍ବରୁ ଅଭିଷେକ ବାନାର୍ଜୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା କପିଲ ସିବଲ କୋର୍ଟଙ୍କୁ କହିଥିଲେ ଯେ ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ରୁଜିରା ଦୁବାଇ ଯିବାକୁ ଚାହୁଁଛନ୍ତି। ଏହାପରେ ତାଙ୍କୁ ଯିବାପାଇଁ କୋର୍ଟ ଅନୁମତି ଦେଇଛନ୍ତି।

ମେ ୧୭ ରେ ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ଜାରି କରାଯାଇଥିବା ସମନ ଉପରେ ମଧ୍ୟ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏହା ସହ ଗିରଫଦାରୀ ଉପରେ ମଧ୍ୟ ରୋକ ଲଗାଇଛନ୍ତି।ହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ ୨୪ ଘଣ୍ଟା ପୂର୍ବରୁ ନୋଟିସ ଦେଇ କୋଲକାତାରେ ସେମାନଙ୍କୁ ପଚରାଉଚରା କରିବା ପାଇଁ ଅନୁମତି ଦେଇଛନ୍ତି। କୋର୍ଟ କହିଛନ୍ତି ଯଦି ଇଡି କୋଲକାତାରେ ପଚରାଉଚାରା କରେ ତେବେ ରାଜ୍ୟ ସରକାର ଇଡିକୁ ସହଯୋଗ କରିବେ ଓ ଅଧିକାରୀଙ୍କୁ ସୁରକ୍ଷା ପ୍ରଦାନ କରିବେ। ସୂଚନାଯୋଗ୍ୟ ଯେ, କୋଲକାତା ହାଇକୋର୍ଟ ଅଭିଷେକ ବାନାର୍ଜୀଙ୍କ ଆବେଦନକୁ ପୂର୍ବରୁ ଖାରଜ କରିଦେଇଥିଲେ।

Related Posts