ଲାହୋର: ଅସୁରକ୍ଷିତ ମହିଳା । ପ୍ରତିଦିନ ଧର୍ଷଣ ଓ ନିଯ୍ୟାତନାର ଶିକାର ହେଉଛନ୍ତି । ପ୍ରତେକ୍ ଦିନ ପ୍ରାୟ ୫ ଜଣଙ୍କୁ କରାଯାଉଛି ଧର୍ଷଣ। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ଅଧିକୃତ ପଞ୍ଜାବରେ ଜରୁରୀ ପରିସ୍ଥିତି ଜାରି ହୋଇଛି।
ଶିଶୁ, କିଶୋରୀ ଓ ମହିଳାଙ୍କ ଉପରେ ବଢ଼ୁଥିବା ଏଭଳି ନିର୍ଯାତନା ଏବେ ସ୍ଥାନୀୟ ପ୍ରଶାସନକୁ ସମାଲୋଚନାକୁ ଆଣିଛି।
ଏହା ଏକ ସମ୍ବେଦନଶୀଳ ଘଟଣା ବୋଲି ସ୍ଥାନୀୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ୍ ବିବୃତ୍ତି ମଧ୍ୟ ଜାରି ହୋଇଛି। ପ୍ରତିଦିନ ଚାରିରୁ ୫ଟି ଧର୍ଷଣ ମାମଲା ଆସୁଥିବାରୁ ଏହାକୁ ରୋକିବା ନିମନ୍ତେ ଏଭଳି ଜରୁରୀ ପରିସ୍ଥିତି ଜାରି କରାଯାଇଛି। ଆଇନ ମନ୍ତ୍ରୀ ମଲିକ ମହମ୍ମଦ ଅହମଦ ଖାନଙ୍କ ଅଧ୍ୟକ୍ଷତାରେ ସମସ୍ତ ମାମଲାଗୁଡ଼ିକୁ କ୍ୟାବିନେଟ କମିଟିରେ ସମୀକ୍ଷା କରାଯିବ। ଏନେଇ ସ୍ଥାନୀୟ ସାମାଜିକ ଅନୁଷ୍ଠାନ, ମହିଳା ଅଧିକାର ସୁରକ୍ଷା ଅନୁଷ୍ଠାନ, ଶିକ୍ଷକ, ଅଭିଭାବକଙ୍କ ସହ ଅଲୋଚନା କରାଯାଇ ସମାଧାନ ପନ୍ଥା ବାହାର କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଘରୁ ଗୋଡ଼ କାଢ଼ୁଥିବା କିଶୋରୀମାନଙ୍କୁ ଏକା ନଛାଡ଼ି ବିଶ୍ୱାସୀ ଲୋକଙ୍କ ପ୍ରତ୍ୟକ୍ଷ ସୁରକ୍ଷାରେ ସ୍କୁଲ, କଲେଜ ଛାଡ଼ିବାକୁ ପରାମର୍ଶ ଜାରି ହୋଇଛି। ତେଣେ ଧନୀକଶ୍ରେଣୀ ପିଲାମାନେ ପାଠପଢ଼ୁ ଥିବା ସ୍କୁଲ, କଲେଜମାନଙ୍କରେ ନିଶା କାରବାର ବଢ଼ିବା ଏଭଳି ଅପରାଧ ବୃଦ୍ଧିର କାରଣ ବୋଲି ମଧ୍ୟ କୁହାଯାଉଛି।
