ମାଲକାନଗିରି ପଡ଼ିଆ ବ୍ଲକ୍ କୋଲାଗଣ୍ଡା ଆଶ୍ରମ ବିଦ୍ୟାଳୟରେ ଅଘଟଣ: ଥଣ୍ଡା ଜ୍ୱରରେ ୨ ଛାତ୍ର ମୃତ, ୧୨ ଗୁରୁତର

ମାଲକାନଗିରି: ଥଣ୍ଡା ଜ୍ୱରରେ ୨ ଛାତ୍ରଙ୍କର ମୃତ୍ୟୁ । ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ୍ କୋଲାଗଣ୍ଡା ଆଶ୍ରମ ବିଦ୍ୟାଳୟରେ ଘଟିଛି ଏହି ଅଘଟଣ । ଏଥିସହ ୧୨ ଜଣ ଛାତ୍ରଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ଅସୁସ୍ଥ ପିଲାଙ୍କୁ ମାଲକାନାଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

ଥଣ୍ଡା ଜ୍ୱରରେ ଦୁଇ ଦିନ ତଳେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଗତକାଲି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ପିଲାମାନଙ୍କୁ ଠିକ୍‌ ସମୟରେ ଡାକ୍ତରଖାନା ନିଆ ନ ଯାଇଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ଜଣେ ଅଭିଭାବକ କହିଛନ୍ତି, ପିଲାଙ୍କ ଅବସ୍ଥା ଗୁରୁତର ହେବାରୁ ମେଡିକାଲ ଆଣାଯାଉଛି। ଆଶ୍ରମ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାଯୋଗୁ ପିଲାଙ୍କ ଜୀବନ ଯାଉଛି। ପିଲାମାନଙ୍କୁ ଠିକ୍‌ ସମୟରେ ଡାକ୍ତରଖାନା ନିଆଯାଉନାହିଁ।

ଜଣେ ଛାତ୍ର କହିଛନ୍ତି, ପାଣିରେ ଗାଧୋଇଲାବେଳକୁ କୁଣ୍ଡାଇ ହେଉଛି। ଏହାସହ ଆମ ଗୋଡ଼ ହାତ ଫୁଲି ଯାଉଛି ଓ ବିନ୍ଧା ମଧ୍ୟ ହେଉଛି।

Related Posts