
ଟେକ୍ସାସ: ଆମେରିକାର ଟେକ୍ସାସ୍ରେ ଘଟିଛି ଏକ ଭୟଂକର ଦୁର୍ଘଟଣା । ମଝି ଆକାଶରେ ଦୁଇ ବିମାନ ପରସ୍ପର ସହ ଧକ୍କା ହୋଇଛି । ଫଳରେ ଧକ୍କା ହେବା ପରେ ଦୁଇମାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ସହିତ ୬ ଜଣଙ୍କର ମୃତ୍ୟୁ ହୋଇଛି।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସ୍ମରଣରେ ଟେକ୍ସାସର ଡାଲ୍ଲାସରେ ଶନିବାର ଏକ ଏୟାର ଶୋର ଆୟୋଜନ କରାଯାଇଥିଲା। ଏହି ସମୟରେ ବୋଇଁ ବୋମା ବର୍ଷକ ବିମାନ ବି-୧୭ ଫ୍ଲାଇଂ ଫୋର୍ଟଟ୍ରେସ୍ ଓ ବେଲ୍ ପି-୬୩ କିଂକୋବ୍ରା ଫାଇଟର ବିମାନ ପରସ୍ପରକୁ ଧକ୍କା ଦେଇଥିଲେ। ଡେଲାସ ଏକ୍ଜିକ୍ୟୁଟିଭ ଏୟାରପୋର୍ଟରେ ଏୟାର ଶୋ’ ଚାଲିଥିବା ବେଳେ ଦିନ ୧.୨୦ ବେଳେ ଏହି ଦୁର୍ଘଟଣା ଘଟିଥିଲା ବୋଲି ଫେଡେରାଲ ଏଭିଏଶନ ଆଡିମିନିଷ୍ଟ୍ରେସନ(FAA) ସୂଚନା ଦେଇଛି।
ତେବେ ବିମାନ କେତେ ଜଣ ବସିଥିଲେ। ଏହି ଘଟଣାର କାହାର ଜୀବନ ଯାଇଛି କି ନା ସେ ନେଇ ପ୍ରଥମେ କୌଣସି ସୂଚନା ମିଳି ନଥିଲା। ହେଲେ ପରେ ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଥିବା ଘଟଣା ବେଳେର ଭିଡିଓ ଭାଇରାଲ୍ ହେବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଭୟଭୀତ କରିଛି। ଗୋଟିଏ ବିମାନ ଆଉ ଏକ ବିମାନ କୁ ପଛରୁ ଧକ୍କା ହେବା ପରେ ଦୁଇ ବିମାନ କ୍ରାସ୍ ହୋଇ ତଳେ ପଡ଼ିଯାଉଛନ୍ତି। ଆଉ ଭୟଙ୍କର ବିସ୍ଫୋରଣ ହେଉଛି।
ବିମାନ ଦୁର୍ଘଟଣା ହେବା ପରେ ଏମାର୍ଡଜେନ୍ସି ଷ୍ଟାଫ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସତର୍କତା ମୂଳକ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ମାମଲାରେ ଏଫ୍ଏଏ ଏବ ନ୍ୟାସ୍ନାଲ ଟ୍ରାନ୍ସପୋର୍ଟେସନ ସେଫ୍ଟି ବୋର୍ଡ(NTSB) ତଦନ୍ତ ଜାରି ରଖିଛି।