ଈଜିପ୍ଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ୨୨ ମୃତ, ଅନେକ ଗୁରୁତର

ନୂଆଦିଲ୍ଲୀ: ଈଜିପ୍ଟରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ବସ୍ ଦୁର୍ଘଟଣାରେ ୨୨ଜଣ ଆଖି ଵୁଜିଥିବା ବେଳେ, ଏଥିରେ ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ କେନାଲରେ ପଡ଼ିଯିବାରୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଈଜିପ୍ଟ ସରକାର ଘଟଣାରେ ଶୋକ ପ୍ରକାଶ କରିବା ସହିତ ସମବେଦନା ଜଣାଇଛନ୍ତି ।

ଏହା ସହିତ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ଈଜିପ୍ଟର ଉତ୍ତର ଦକାହିଲିଆ ପ୍ରାନ୍ତରେ ଶନିବାର ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ କେନାଲରେ ପଡ଼ିଯାଇଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୨୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ପୋଲିସ ଓ ସ୍ଥାନୀୟ ଲୋକ ଉଦ୍ଧାର କରି ନିକଟସ୍ଥ ହସପିଟାଲରେ ଭର୍ତ୍ତି କରିଛନ୍ତି । ଦୁଇଟି ମେଡିକାଲରେ ଆହତଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଈଜିପ୍ଟ ସ୍ବାସ୍ଥ୍ୟବିଭାଗ ସୂଚନା ଦେଇଛି ।

ରିପୋର୍ଟ ଅନୁଯାୟୀ, ବସ୍‌ଟି ୪୬ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଉତ୍ତର ଦକାହିଲିଆ ଯାଉଥିଲା । ଭାରସାମ୍ୟ ହରାଇ ଦୁର୍ଘଟଣା ହେବାରୁ ୨୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୬ଜଣ ମହିଳା ରହିଥିବା ବେଳେ ୩ଜଣ ଛୋଟ ପିଲା ମଧ୍ୟ ରହିଥିବା ଜଣାପଡ଼ିଛି । ଘଟଣାକୁ ନେଇ ଈଜିପ୍ଟ ସରକାର ଦୁଃଖ ପ୍ରକାଶ କରିବା ସହିତ ସମବେଦନା ଜଣାଇଛନ୍ତି । ଏହା ସହିତ ଅନୁକମ୍ପା ରାଶି ମଧ୍ୟ ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ଏକ ଲକ୍ଷ ଈଜିପ୍ଟ ପାଉଣ୍ଡ, ଗୁରୁତରଙ୍କୁ ୨୫ହଜାର ଓ ଆହତଙ୍କୁ ୫ହାଜର ପାଉଣ୍ଡ ଘୋଷଣା କରିଛନ୍ତି

Related Posts