ଜଗତସିଂହପୁର : ଜଗତସିଂହପୁର ଜିଲା ବିରିଡି ଥାନା କମଳପୁର ଗାଁରେ ଘଟିଛି ଏକ ଅଘଟଣ। ବଡ଼ ବାପାଙ୍କ ଦଶାହ କର୍ମକୁ ଆସି ଚାଲିଯାଇଛି ପୁଅର ଜୀବନ । ଯୁବକ ନଦୀରେ ବୁଡ଼ି ଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି । ଖବର ଅନୁସାରେ, ଶନିବାର ବିଲୁଆ ଖାଇ ନଦୀରେ ଗାଧୋାଇଥିବା ବେଳେ ପାଣିରେ ବୁଡିଯାଇ ଇଞ୍ଜିନିୟରିଇଂ ଛାତ୍ରଙ୍କ ମୃତ୍ୟ ହୋଇଛି।

ମୃତକଙ୍କ ପରିଚୟ ବଟ କୃଷ୍ଣ ମଲିକଙ୍କ ପୁଅ ପୁଅ ଶ୍ରୀନାଥ ମଲିକ। ସେ ଇଞ୍ଜିନିରିଙ୍ଗ ପଢ଼ୁଥିଲେ।। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଶ୍ରୀନାଥଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।