ମନ୍ଦିରରୁ ଅଳଙ୍କାର ଚୋରି କରିବା ଚୋରଙ୍କୁ ପଡିଲା ମହଙ୍ଗା: ୨ ଚୋରଙ୍କୁ କାବୁ କଲେ ଗ୍ରାମବାସୀ

ଜୟପୁର : ବିସିଂହପୁର ଥାନା ପାଙ୍ଗିଗୁଡା ଗାଁରେ ଘଟିଛି ଏକ ଅଭାବନୀୟ ଦୃଶ୍ୟ । ମନ୍ଦିରରୁ ଅଳଙ୍କାର ଚୋରି କରିବା ଚୋରଙ୍କୁ ମହଙ୍ଗା ପଡ଼ିଛି । ଗାଁ ମନ୍ଦିରରୁ ଅଳଙ୍କାର ଚୋରି କଲା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡିଗଲେ ଚୋର। ମନ୍ଦିରରୁ ଚୋରି କରିବାକୁ ଆସିଥିବା ୨ ଚୋରଙ୍କୁ ଅଟକ ରଖିଥିବା ବେଳେ ସେମାନଙ୍କ ପାଖରୁ ୪ଟୁ ବାଇକକୁ ମଧ୍ୟ ରଖିଛନ୍ତି। ମନ୍ଦିରକୁ ୫ ଜଣ ଚୋରିକରିବାକୁ ଆସିଥିବା ବେଳେ ଅନ୍ୟ ତିନିଜଣ ସେଠାରୁ ଖସି ଯାଇଥିଲେ। କିନ୍ତୁ ଶନିବାର ସେମାନେ ଆସି ଆତ୍ମସମର୍ପଣ କରିଛନ୍ତି।

ଧରାପଡିଥିବା ମୋଟ ୫ ଚୋରଙ୍କୁ ପୋଲିସ ଗାଁରୁ ଥାନାକୁ ନେଇଛି।

ଖବର ଅନୁସାରେ, ଗତ ୭ଦିନ ତଳେ ଏହି ଗାଁକୁ ୮ ଜଣ ଖାଶୁ ବେପାରୀ ଆସି ଥିଲେ। ଗାଁରେ ଥିବା ଶିବ ମନ୍ଦିର ରେ ପୂଜା କରି ସେଠାର ମାଟି ପରୀକ୍ଷା କରି ଖାଶୁ ଥିବା ନେଇ ସୂଚନା ଦେଇଥିଲେ। ଏହି ଘଟଣାକୁ ଗୋଟିଏ ସପ୍ତାହ ହୋଇନଥିବା ବେଳେ ଗୁରୁବାର ରାତିରେ ମନ୍ଦିରର ଗାଁଡ଼ା ଭାଙ୍ଗି ଚୋରମାନେ ଭିତରେ ଖୋଳା ଖୋଳି କରୁଥିଲେ। ସେହି ସମୟରେ ଗାଁ ଲୋକେ ମିଶି ଚୋରକୁ ଗୋଡ଼ାଇ ୨ ଜଣଙ୍କୁ କାବୁ କରିଥିଲେ। କିନ୍ତୁ ଗାଁ ଲୋକମାନେ ଚୋରମାନଙ୍କ ବାଇକ୍‌ ରଖିଥିବାରୁ ଅନ୍ୟ ୩ ଜଣ ଚୋର ଆତ୍ମସମର୍ପଣ କରିଥିଲେ। ମନ୍ଦିର ଚୋରିରେ ମୋଟ୍‌ ୮ ଜଣ ବ୍ୟକ୍ତି ସମ୍ପୃକ୍ତଥିଲେ ବୋଲି ଗାଁ ଲୋକମାନେ କହିଛନ୍ତି।

Related Posts