
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ାରେ ଘଟିଛି ଏକ ଦୁଃଖଦ ଘଟଣା । ଲଗାଣ ବର୍ଷା କାନ୍ଥ ଭଷୁଡି ପଡ଼ିଛି । ଫଳରେ ସ୍ତ୍ରୀ ର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛି ।
ଖବର ଅନୁଯାୟୀ, ଟିକରପଡ଼ା ଗାଁର କୁହ୍ମୁଚରଣ ବେହେରା ଓ ତାଙ୍କ ପତ୍ନୀ ଦୂତିକା ବେହେରା ଶୁକ୍ରବାର ଖାଇ ସାରି ଶୋଇବାକୁ ଯାଇଥିଲେ । ହେଲେ ଭୋର ପ୍ରାୟ ୩ଟି ସମୟରେ ସ୍ୱାମୀ-ସ୍ତ୍ରୀ ଶୋଇଥିବା ବେଳେ ହଠାତ୍ ଘରର କାନ୍ଥ ଭୁଷୁଡିପଡିଥିଲା । ଯାହାଫଳରେ କାନ୍ଥ ପଡି ସ୍ତ୍ରୀ ଦୂତିକାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ କୁହ୍ମୁଚରଣ ଗୁରୁତର ହୋଇଛନ୍ଚି । ତୁରନ୍ତ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଗତ କିଛି ଧରି ଲଗାଣ ବର୍ଷା ଲାଗି କାନ୍ଥ ପଡିଥିବା ସୂଚନା ରହିଛି ।