କୋରାପୁଟରେ ଅଘଟଣ: ମାଟି ଅତଡା ଖସି ୨ ମୃତ

ଜୟପୁର : ମାଟି ଅତଡା ଖସି ଚାଲିଗଲା ୨ ଜୀବନ । କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମାଳିପଦର ଗାଁ ନିକଟସ୍ଥ ଗୋବର ଧାରା ନଦୀ ତୋଠରେ ଘଟିଛି ଏହି ଦୁଃଖଦ ଘଟଣା । ଗୁମ୍ପାରେ ମାଟି ଅତଡା ଖସି ଏହି ଅଘଟଣ ଘଟିଛି ।

ସୂଚନା ଅନୁସାରେ ହଳଦୀକୁଣ୍ଡ ଗ୍ରାମର ତିନି ଜଣ ପୁରୁଷ ଓ ଜଣେ ମହିଳା ନିଜର ଜୀବନ ଜୀବିକା ପାଇଁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ନିକଟସ୍ଥ ଗୁମ୍ପାକୁ ଗତ ମଙ୍ଗଳବାର ଦିନ ଯାଇଥିଲେ। ତେବେ ସେମାନେ ଘରକୁ ନ ଫେରିବାରୁ ପରିବାର ଲୋକ ବହୁତ ଖୋଜଖୋଜି କରି ବି ସେମାନଙ୍କ ପତ୍ତା ପାଇନଥିଲେ । ତେବେ ଆଜି ଅପରାହ୍ନରେ ସେହି ଗୁମ୍ପା ଜଙ୍ଗଲ ନିକଟଦେଇ ଜଣେ ଲୋକ ଯାଉଥିବା ବେଳେ ମାଟି ଦବି ଯାଇଥିବା ଦେଖିଥିଲେ। ସଂଗେ ସଂଗେ ଗାଁ ଲୋକଙ୍କୁ ଜଣେଇଥିଲେ । ସ୍ଥାନୀୟ ଲୋକ ଓ ଗାଁ ଲୋକଙ୍କ ଦ୍ୱାରା ତ୍ରିଲୋଚନ ଦୁରୁଆ ଓ ସେଲମୀ ଦୁରୁଆଙ୍କ ଶବ ଉଦ୍ଧାର କରିଥିଲେ। ଏବେ ବି ମାଟି ତଳେ ଆଉ ୨ ଜଣ ସ୍ୱାମୀ ସ୍ତ୍ରୀ ମାଧବ ଚାଲାଣ ଓ ସମାରି ଚାଲାଣ ମାଟି ତଳେ ଦବି ରହିଥିବାର ସୂଚନା ମିଳିଛି ।

Related Posts