ମିଜୋରାମ ଆଇଜଲ ଜିଲ୍ଲାରେ ଦୁର୍ଘଟଣା: ପେଟ୍ରୋଲ ଟ୍ୟାଙ୍କ ବିସ୍ପୋରଣ ଘଟି ୪ ମୃତ, ୧୮ ଆହତ

ଆଇଜଲ: ଶନିବାର ସନ୍ଧ୍ୟା ମିଜୋରାମ ଆଇଜଲ ଜିଲ୍ଲାରେ ଦୁର୍ଘଟଣା ଘଟିଛି। ପେଟ୍ରୋଲ ଟ୍ୟାଙ୍କ ବିସ୍ଫରୋଣ ଘଟିଛି । ଫଳରେ ଏହି ବିସ୍ଫରୋଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। ଅଇଜଲ ପୁଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ରାଜ୍ୟ ରାଜଧାନୀ ଆଇଜଲର ପୂର୍ବ ଭାଗରୁ ୧୮ କିମି ଦୂରରେ ଥିବା ତୁରିଆଲ ଗାଁରେ ଏହି ଦୁର୍ଘଟଣା ଘଟିଥିଲା। ପେଟ୍ରୋଲ ଟ୍ୟାଙ୍କର ଚାମ୍ପାଇ ଯାଉଥିବା ବାଳେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା। ଟ୍ୟାଙ୍କରୁ ବାହାରୁଥିବା ପେଟ୍ରୋଲ ନେବା ଚକ୍କରେ ମାତିଥିଲେ ଲୋକେ। ଏହି ସମୟରେ କୌଣସି ମତେ ଏଥିରେ ନିଆଁ ଲଗାଯାଇଥିଲା।

ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ବିସ୍ଫୋରଣ ଯୋଗୁ ତେଲ ନେଉଥିବା ୧୮ ଜଣ ନିଆଁରେ ପୋଡି ହୋଇ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ହୋଇଛି ବୋଲି ଆଇଜଲ ପୁଲିସ ସୂଚନା ଦେଇଛି।

Related Posts