ଗଞ୍ଜାମ ବଟେଶ୍ୱର ଶୈବପୀଠ ନିକଟସ୍ଥ ସମୁଦ୍ରରେ ଗାଧେଇବା ବେଳେ ଅଘଟଣ: ବୁଡ଼ିଗଲେ ୩, ଜଣେ ମୃତ

ଗଞ୍ଜାମ : ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ବଟେଶ୍ୱର ଶୈବପୀଠ ନିକଟସ୍ଥ ସମୁଦ୍ରରେ ଘଟିଛି ଅଘଟଣ। ଗାଧେଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହୂମ୍ମା ଅଞ୍ଚଳର ରବୀନ୍ଦ୍ର ସ୍ବାଇଁଙ୍କ ପୁଅ ଗାୟତ୍ରୀ ଶ୍ରୀ ଜଗନ୍ନାଥ (୧୫)।

ମିଳିଥିବା ସୂଚନା ମୁତାବକ ସୋମବାର ଅପରାହ୍ନରେ ଜଗନ୍ନାଥ ଓ ତାଙ୍କ କିଛି ସାଙ୍ଗ ବଟେଶ୍ୱର ସମୁଦ୍ରକୁ ଗାଧେଇବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ୩ ଜଣଙ୍କୁ ଉଦ୍ଧାର କରିଥିଲେ। ମାତ୍ର ଜଗନ୍ନାଥଙ୍କୁ ବଞ୍ଚାଇ ପାରି ନ ଥିଲେ। ଜଗନ୍ନାଥଙ୍କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜଗନ୍ମାଥ ବୀରଭଦ୍ର ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର।

Related Posts