ମଦ ପିଉଥିବା ବ୍ୟକ୍ତିଙ୍କୁ ଧରିବା ଅପେକ୍ଷା ଯୋଗାଉଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା: ବିହାର ସରକାର

ପାଟନା : ବିହାରରେ ମଦବିକ୍ରି ଉପରେ ଲାଗିଛି ରୋକ୍ । ନୀତିଶ ସରକାର ମଦ ବିକ୍ରି ରୋକିବା ନେଇ ଅନେକ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥଲେ ମଧ୍ୟ ସବୁଥିରେ ବିଫଳ ହେଉଛନ୍ତି । ରାଜ୍ୟରେ ମନ୍ଦ ବନ୍ଦ ପରେ ବିଷାକ୍ତ ମଦ ମୃତ୍ୟୁ ମାମଲା ସାମ୍ନାକୁ ଆସୁଛି। ଅବୈଧ ମଦ ବିକ୍ରି ବଢ଼ିଛି। ଯାହାକୁ ନେଇ ନୀତିଶ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଏବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅଧିକାରୀଙ୍କୁ ନୂଆ ନିର୍ଦ୍ଦେଶ ଦେଇଛନ୍ତି।

ଯେଉଁଥିରେ ମଦ ପିଉଥିବା ବ୍ୟକ୍ତିଙ୍କୁ ଧରିବା ଅପେକ୍ଷା ମଦ ତସ୍କରୀଙ୍କ ଉପରେ ଲଗାମ ଲଗାଇବାକୁ କୁହାଯାଇଛି।

ପ୍ରକୃତରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୋମବାର ରାଜ୍ୟରେ ମଦ ଉପରେ ଲାଗୁହୋଇଥିବା ନିଷେଧାଦେଶକୁ ନେଇ ସମୀକ୍ଷା ବୈଠକ କରିଛନ୍ତି। ନୀତିଶ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେପରି କେବଳ ମଦୁଆଙ୍କ ଉପରେ ଲଗାମ ଲଗାଇବା ନହେଁ, ବରଂ ପୋଲିସ ବିଭାଗ ମଦର ଚୋରାଚାଲାଣ, ଏହାକୁ ଗଚ୍ଛିତ କରି ରଖୁଥିବା ଏବଂ ତିଆରି କରୁଥିବା ଲୋକଙ୍କ ବିରୋଧରେ ମାମଲା ରୁଜୁ କରନ୍ତୁ। ଏନେଇ ସୂଚନା ଦେଇଛନ୍ତି ବିହାର ସରକାରଙ୍କ ମୁଖ୍ୟ ଶାସନ ସଚିବ। ସେ କହିଛନ୍ତି ମଦ ପିଉଥିବା ବ୍ୟକ୍ତିଙ୍କୁ ଧରିବା ଅପେକ୍ଷା ଯୋଗାଉଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉପରେ ପ୍ରାଥମିକତା ଦିଆଯିବ।

ବିହାରରେ ମଦବନ୍ଦକୁ ନେଇ ପାଟନା ହାଇକୋର୍ଟ ଗତ ମାସରେ ନୀତିଶ କୁମାର ସରକାରଙ୍କୁ ତାଗିଦ୍ କରିଥିଲେ। ପଟନା ହାଇକୋର୍ଟ ବିଚାରପତି ପୁର୍ଣ୍ଣେନ୍ଦୁ ସିଂହ ସରକାରଙ୍କ ଉପରେ ମନ୍ଦବନ୍ଦଙ୍କୁ ଠିକ୍ ଭାବରେ ଲାଗୁ କରିପାରିନଥିବାକୁ ନେଇ ତାଗିଦ୍ କରିବା ସହ ଏହି କାରଣରୁ ଅପରାଧ ବଢ଼ୁଥିବା ନେଇ କହିଥିଲେ।

Related Posts