ଅନଲାଇନ୍‌ ଠକେଇର ଶିକାର ହେଲେ ଅଭିନେତା ଅନ୍ନୁ କପୁର : ୪.୩୬ ଲକ୍ଷ ଟଙ୍କା ଗାଏବ

ମୁମ୍ଵାଇ : ଠକେଇର ଶିକାର ହେଲେ ଭେଟରାନ୍‌ ଅଭିନେତା ଅନ୍ନୁ କପୁର । ବ୍ୟାଙ୍କର KYC ଅପଡେଟ୍ ନାମରେ ଠକ ମାନେ ବିସ୍ତୃତ ସୂଚନା ନେଇ ଆକାଉଣ୍ଟରୁ ୪.୩୬ ଲକ୍ଷ ଟଙ୍କା ବାହାର କରି ନେଇ ଯାଇଛନ୍ତି। ସେ ଏ ବିଷୟରେ ଜାଣିବା ମାତ୍ରେ ତୁରନ୍ତ ପୋଲିସ ସହିତ ଯୋଗାଯୋଗ କରିଥିଲେ। ପୋଲିସର ସଜାଗତା ଥିଲା ବୋଲି ସେମାନେ ବିପୁଳ ପରିମାଣର ଟଙ୍କା ଫେରସ୍ତ କରିଥିଲେ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କ ୩.୦୮ ଲକ୍ଷ ଟଙ୍କା ଫେରସ୍ତ ମିଳିଗଲା। ମୁମ୍ବାଇ ପୋଲିସର ଓସିୱାରା ସାଇବର କ୍ରାଇମ ଟିମ୍‌କୁ ଅନ୍ନୁ ଧନ୍ୟବାଦ ଜଣାଇଛନ୍ତି।

ଠକ ନିଜକୁ କୃଷ୍ଣ କୁମାର ରେଡ୍ଡୀ ବୋଲି କହିଥିଲା ​​ଏବଂ ସେ HSBC ବ୍ୟାଙ୍କର ମୁଖ୍ୟ ଶାଖାରୁ କଥା ହେଉଥିବା ନେଇ କହି ଆକାଉଣ୍ଟର କେୱାଇସି ବାଧ୍ୟତାମୂଳକ, ନଚେତ୍ ତାଙ୍କ ଆକାଉଣ୍ଟ ବନ୍ଦ ହୋଇଯିବ। ଯେତେବେଳେ ଅନ୍ନୁ କପୁର କେୱାଇସି ପାଇଁ କଣ କରିବାକୁ ହେବ ବୋଲି ପଚାରିଥିଲେ, ବ୍ୟକ୍ତି ଜଣକ କହିଥିଲେ ଯେ ତାଙ୍କୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ ମୋବାଇଲରେ ଆସିଥିବା OTP ନମ୍ବର ଦେବାକୁ ପଡିବ। ଅନୁ ତାଙ୍କ ଆକାଉଣ୍ଟ ନମ୍ବର ଏବଂ ଓଟିପି ବ୍ୟକ୍ତିଙ୍କୁ ଜଣାଇଥିଲେ। କିଛି ସମୟ ପରେ, ତାଙ୍କ ଆକାଉଣ୍ଟରେ ଟ୍ୟାମ୍ପରିଂ କରାଯାଇ ଟଙ୍କା ଟ୍ରାନ୍ସଫର କରାଯାଇଛି ।

ଅନ୍ନୁ କପୁରଙ୍କ ଆକାଉଣ୍ଟରୁ ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରାଯାଇଥିଲା। ଏହା ବିଷୟରେ ପୋଲିସ ଅଭିଯୋଗ ପାଇବା ମାତ୍ରେ ଉଭୟ ବ୍ୟାଙ୍କ ଆକାଉଣ୍ଟ ସିଜ୍ କରାଯାଇଥିଲା । ୩.୦୮ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଭାରତୀୟ ପେନାଲ କୋଡ ଏବଂ ଆଇଟି ଆକ୍ଟ ଅନୁଯାୟୀ ପୋଲିସ ଏକ ମାମଲା ରୁଜୁ କରିଛି। ପୋଲିସ ବର୍ତ୍ତମାନ ସେହି ଠକକୁ ଖୋଜୁଛି।

Related Posts