ଅଡ଼ୁଆରେ ଅଭିନେତା କରଣବୀର ବୋହରା: ଆସିଲା ଠକେଇ ଅଭିଯୋଗ

ମୁମ୍ବାଇ : ଅଡ଼ୁଆରେ ଛନ୍ଦି ହେଲେ ଟେଲି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା କରଣବୀର ବୋହରା। ତାଙ୍କ ବିରୋଧରେ ଆସିଛି ଠକେଇ ଅଭିଯୋଗ କରିଛନ୍ତି। ଜଣେ ମହିଳା ତାଙ୍କ ବିରୋଧରେ ଏହି ସଂଘିନ ଅଭିଯୋଗ ଆଣିଛନ୍ତି । ଏନେଇ ମୁମ୍ବାଇ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି।

୪୦ ବର୍ଷୀୟା ମହିଳା ଅଭିନେତାଙ୍କ ସମେତ ୬ଜଣଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। ପୋଲିସ ଷ୍ଟେସନରେ ଦିଆଯାଇଥିବା ଅଭିଯୋଗରେ ମହିଳା ଜଣକ କହିଛନ୍ତି ଯେ ମନୋଜ ବୋହରା ଛଦ୍ମନାମ କରଣବୀର ବୋହରା ତାଙ୍କ ଠାରୁ ୧.୯୯ କୋଟି ଟଙ୍କା ଋଣ ନେଇଛନ୍ତି। ୨.୫ ପ୍ରତିଶତ ସୁଧ ସହିତ ସେ ଟଙ୍କା ଫେରସ୍ତ କରିବେ ବୋଲି ଅଭିନେତା ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ତାଙ୍କୁ ମାତ୍ର ୧ କୋଟି ଟଙ୍କା ଫେରସ୍ତ କରାଯାଇଥିଲା।

ଏହାକୁ ନେଇ ମହିଳା ଜଣକ ଆହୁରି ଅଭିଯୋଗ କରିଛନ୍ତି କି ଯେତେବେଳେ ସେ ତାଙ୍କ ଟଙ୍କା ଫେରସ୍ତ ପାଇଁ କହିଥିଲେ ସେତେବେଳେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। ଏନେଇ ପୋଲିସ ଏହାର ଏକ ମାମଲା ରୁଜୁ କରି କରଣଭୀର ବୋହରା ଏବଂ ଅନ୍ୟମାନଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି। ।

Related Posts