ମନି ଲଣ୍ଡ୍ରିଂ ମାମଲାରେ ବଢ଼ିଲା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ, କୋର୍ଟରେ ହାଜର ହେବାକୁ ନୋଟିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୁକେଶ ଚନ୍ଦ୍ରଶେଖର ସହ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଫିସିଥିବା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ କୋର୍ଟରୁ ସମନ ହୋଇଛି। ବୁଧବାର ପଟିୟାଲା ହାଉସ କୋର୍ଟ ଏହା ଉପରେ ଶୁଣାଣି କରି ଜ୍ୟାକଲିନଙ୍କୁ ସମନ ଜାରି ସେପ୍ଟେମ୍ୱର ୨୬ରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଜ୍ୟାକଲିନଙ୍କ ଆଇନଜୀବୀଙ୍କୁ ଚାର୍ଜସିଟର କପି ହସ୍ତାନ୍ତର କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ।ଏହା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୁକେଶ ଚନ୍ଦ୍ରଶେଖର ବିରୋଧରେ ୨ଟି ଅତିରିକ୍ତ ଚାର୍ଜସିଟ ଦାଖଲ କରି ସାରିଛି । ଏହି ମାମଲାରେ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଅନ୍ୟ ଅଭିଯୁକ୍ତ ଭିଡିଓ କନଫରେନ୍ସିଂ ଜରିଆରେ ପଟିଆଲା ହାଉସ କୋର୍ଟରେ ହାଜର ହୋଇଥିଲେ । ଅନ୍ୟପଟେ ଅଭିନେତ୍ରୀ ଜ୍ୟାକଲିନ ଏକ ଫିଲ୍ମର ଶୁଟିଂ ପାଇଁ ପୋଲାଣ୍ଡ ଯିବା ଅନୁମତି ଲୋଡିଥିଲେ କିନ୍ତୁ କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି ।

ଏହା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜ୍ୟାଲଲିନଙ୍କୁ ଏହି ମାମଲାରେ ଅଭିଯୁକ୍ତ ଦର୍ଶାଇ ତାଙ୍କର ୭ କୋଟି ୨୭ ଲକ୍ଷ ଟଙ୍କାର ସମ୍ପତ୍ତି ସିଜ୍ କରିଥିଲା। ଏହାଛଡା ମହାଠକ ସୁକେଶ ଅଭିନେତ୍ରୀ ଜ୍ୟାକଲିନକୁ ପ୍ରାୟ ୭.୭ କୋଟି ଟଙ୍କାର ଉପହାର ଏବଂ ନଗଦ ରାଶି ଦେଇଥିବା ଅଭିଯୋଗ ହୋଇଥିଲା।

Related Posts