
ଭାରତୀୟ ଅର୍ଥନୀତି ପାଇଁ ଭଲ ଖବର । ଭାରତ ହେବ ବିଶ୍ବର ସବୁଠାରୁ ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବା ଦେଶ । ଏକଥା କହିଛି ଇଣ୍ଟରନ୍ୟାସନାଲ୍ ମନିଟାରୀ ଫଣ୍ଡ ବା ଅନ୍ତର୍ଜାତୀୟ ମୁଦ୍ରା କୋଷ । GDP ଅଭିବୃଦ୍ଧି ନେଇ ଅନୁମାନ କରିଛି ଆଇଏମ୍ଏଫ୍ । କହିଛି ଯେ ଜିଡିପି ଅଭିବୃଦ୍ଧିରେ ଚୀନ୍ ରହିବ ଭାରତଠାରୁ ପଛରେ । ଚଳିତବର୍ଷ ଭାରତର ଅଭିବୃଦ୍ଧି ହାର କେବଳ ଚୀନ୍ରୁ ଦ୍ରୁତ ରହିବ ତାହା ନୁହେଁ, ବରଂ ଭାରତ ହେବ ବିଶ୍ବର ସବୁଠାରୁ ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବା ଦେଶ ।
ଆଇଏମ୍ଏଫ୍ ପକ୍ଷରୁ ଜାରି ୱାର୍ଲଡ୍ ଇକୋନୋମିକ୍ ଆଉଟ୍ଲୁକ୍ ଅନୁସାରେ 2018ରେ ଭାରତର ବିକାଶ ହାତ 7.3 {ad1a100ead8e08148f6782d0d906fc0f63b938aefb4a23ba55e570003373fe01} ରହିବ । 2019ରେ ଭାରତର ବିକାଶ ହାର 7.4 {ad1a100ead8e08148f6782d0d906fc0f63b938aefb4a23ba55e570003373fe01} ରହିବ । ଗୁରୁତ୍ବଦେବାର କଥା ହେଲା ଯେ 2017ରେ ଭାରତର ବିକାଶ ହାର 6.7 {ad1a100ead8e08148f6782d0d906fc0f63b938aefb4a23ba55e570003373fe01} ଥିଲା । ଯଦି ଆଇଏମ୍ଏଫ୍ର ଏହି ଅନୁମାନ ସତ ହୁଏ, ତେବେ ଭାରତ ବିଶ୍ବର ସବୁଠାରୁ ଦ୍ରୁତ ବିକାଶ ହାର ହାସଲ କରୁଥିବା ଦେଶ ମାନଙ୍କ ମଧ୍ୟରେ ସାମିଲ୍ ହୋଇଯିବ । ଆଉ ଏହି ଦୌଡ଼ରେ ଭାରତ ଚୀନ୍କୁ ପଛରେ ପକାଇଦେବ । କାରଣ ଆଇଏମ୍ଏଫ୍ର ୱାର୍ଲଡ୍ ଇକୋନୋମିକ୍ ଆଉଟ୍ଲୁକ୍ ରିପୋର୍ଟ ଅନୁସାରେ 2018ରେ ଚୀନ୍ର ବିକାଶ ହାର 6.6 {ad1a100ead8e08148f6782d0d906fc0f63b938aefb4a23ba55e570003373fe01} ରହିବ । ଏବଂ 2019ରେ ଚୀନ୍ର ବିକାଶ ହାର 6.2 {ad1a100ead8e08148f6782d0d906fc0f63b938aefb4a23ba55e570003373fe01} ରହିବାର ଅନୁମାନ କରାଯାଉଛି ଏହି ଅନୁମାନକୁ ନେଇ ଆଇଏମ୍ଏଫ୍ କହିଛି ଯେ ଭାରତୀୟ ଅର୍ଥନୀତିରେ ଅଭିବୃଦ୍ଧିର ହାର କହୁଛି ଯେ ଭାରତୀୟ ଅର୍ଥନୀତି ମୁଦ୍ରା ବିନିମୟକୁ ନେଇ ନିଆଯାଇଥିବା ପଦକ୍ଷେପ ଏବଂ ଜିଏସ୍ଟି ଫଳରେ ହୋଇଥିବା ଟ୍ରାଞ୍ଜିଟରୀ ସକ୍ରୁ ବାହାରକୁ ଆସୁଛି । ଏହାଫଳରେ ଅର୍ଥନୀତିକୁ ବିନିଯୋଗରୁ ଆସୁଥିବା ଦୃଢ଼ତା ଓ ବହୁଳ ଘରୋଇ ବ୍ୟବହାର ଫଳରେ ସାହାଯ୍ୟ ମିଳିଛି । ଗୁରୁତ୍ବ ଦେବା କଥା ହେଲା ଯେ ଏହା ପୂର୍ବରୁ ଆଇଏମ୍ଏଫ୍ ଗତ ଏପ୍ରିଲ୍ରେ ୱାର୍ଲଡ୍ ଇକୋନୋମିକ୍ ରିପୋର୍ଟ ଜାରି କରିଥିଲା । ସେହି ରିପୋର୍ଟ ଅନୁସାରେ 2018ରେ ଭାରତର ବିକାଶ ହାର 7.3 {ad1a100ead8e08148f6782d0d906fc0f63b938aefb4a23ba55e570003373fe01} ଏବଂ 2019ରେ ଭାରତର ବିକାଶ ହାର 7.5 {ad1a100ead8e08148f6782d0d906fc0f63b938aefb4a23ba55e570003373fe01} ରହିବାର ଅନୁମାନ କରିଥିଲା । ଏବେ ଆଇଏମ୍ଏଫ୍ ରିପୋର୍ଟରେ କହିଛି ଯେ ଭିତ୍ତିଭୂମି ଜନିତ ଆର୍ଥିକ ସୁଧାର ଓ ଅର୍ଥନୀତିରେ ବହୁ ସଂଖ୍ୟାରେ ଯୁବ ବର୍ଗଙ୍କ ଯୋଗଦାନରୁ ଭାରତକୁ ଖୁବ୍ ଲାଭ ମିଳିବ ।