ଅପରାହ୍ନ ୫ଟାରେ ଆରମ୍ଭ ହେବ ଆଡପ ମଣ୍ଡପ ବିଜେ, ଜନ୍ମବେଦୀରେ ବିରାଜମାନ କରିବେ ଚତୁର୍ଦ୍ଧା ବିଗ୍ରହ

ପୁରୀ : ଗତକାଲି ରଥଯାତ୍ରା ଶେଷ ହୋଇଥିବା ବେଳେ, ଶରଧାବାଲିରେ ଲାଗିଛି ତିନି ରଥ । ଭାଇ ଓ ଭଉଣୀ କୁ ସାଥିରେ ଧରି ମାଉସୀ ଘରେ ପହଞ୍ଚିଛନ୍ତି 3 ଠାକୁର । ତେବେ ଏହି ସକାଳୁ ସକାଳୁ ରଥ ଉପରେ ଚତୁର୍ଦ୍ଧାମୁରତୀଙ୍କ ସମସ୍ତ ନୀତିକାନ୍ତି କରାଯାଇଛି । ଆଳତୀ ସହ ସମସ୍ତ ପୂଜାପାଠ ଚାଲିଛି ।

ସନ୍ଧ୍ୟାରେ ହେବ ଆଡପ ମଣ୍ଡପ ବିଜେ । ଏଥିପାଇଁ ପ୍ରଶାସନର ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯାୟରେ ପହଞ୍ଚିଛି । ଅପରାହ୍ନ ୫ଟାରେ ଆରମ୍ଭ ହେବ ପହଣ୍ଡି । ଗୋଟି ପହଣ୍ଡିରେ ଯାଇ ଜନ୍ମବେଦୀରେ ବିରାଜମାନ କରିବେ ଚତୁର୍ଦ୍ଧା ବିଗ୍ରହ ।

ଏଥିପାଇଁ ସେବାୟତଙ୍କ ସହ ଉତ୍ତମ ସମନ୍ୱୟ ରଖାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ବାହାରିବ ଆଡପ ଅଭଡା । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ଏଥିପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

Related Posts