ରୁଷ ଏବଂ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଧ୍ୟ | ଏବେ ସେଠାକାର ସ୍ଥିତି ସଂଘିନ ହୋଇପଡିଛି | ୟୁକ୍ରେନବାସୀଙ୍କ ମଧ୍ୟରେ ଏବେ ଭୟର ବାତାବରଣ ଖେଳି ଯାଇଛି | ସେପଟେ ୟୁକ୍ରେନ ରେ ଫସିଥିବା ଭାରତୀୟଙ୍କ ପାଇଁ ଆଡଭାଇଜରି ଜାରି କରାଯାଇଛି । ୟୁକ୍ରେନ୍ ପରିସ୍ଥିତି ଚିନ୍ତାଜନକ ରହିଛି, ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଭାରତୀୟମାନଙ୍କୁ ଘରେ ରହିବାକୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି । ଯେଉଁଠି ଅଛ ସେଠି ସୁରକ୍ଷିତ ଓ ଶାନ୍ତ ଭାବେ ରୁହ । ହଷ୍ଟେଲ, ଘର, ଅସ୍ଥାୟୀ ଶିବିର ଯିିଏ ଯେଉଁଠି ଅଛ ସୁରକ୍ଷିତ ରୁହ ।
ଅନେକ ଭାରତୀୟଙ୍କୁ ସ୍ୱତନ୍ତ୍ର ଏୟାର ଇଣ୍ଡିଆ ବିମାନ ଦ୍ୱାରା ଘରକୁ ଅଣାଯାଇଛି, କିନ୍ତୁ ଅନେକ ଭାରତୀୟ ଏବେ ମଧ୍ୟ ୟୁକ୍ରେନରେ ଅଛନ୍ତି । କୁହାଯାଉଛି ଯେ ୟୁକ୍ରେନରେ ପ୍ରାୟ ୨୦ ହଜାର ଭାରତୀୟ ଛାତ୍ର ଅଛନ୍ତି ।
ସୂଚନାଯୋଗ୍ୟ ଯେ ଋଷର ରାଷ୍ଟ୍ରପତି ପୁଟିନ ଗୁରୁବାର ୟୁକ୍ରେନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବା ପରେ ଏହି ବିସ୍ଫୋରଣ ଆରମ୍ଭ ହୋଇଛି । କ୍ଷେପଣାସ୍ତ୍ରରୁ ଆକ୍ରମଣ ହେବାର ଖବର ମଧ୍ୟ ଆସିଛି । ଏହାର ଜବାବରେ ୟୁକ୍ରେନ ମଧ୍ୟ ଋଷର ପାଞ୍ଚଟି ବିମାନକୁ ଗୁଳି ଚଳାଇଥିବା ଦାବି କରିଛି ।
ଫୋନ୍: ୧୮୦୦୧୧୮୭୯୭ (ଟୋଲ ଫ୍ରି)
+୯୧-୧୧-୨୩୦୧୨୧୧୩
+୯୧-୧୧-୨୩୦୧୪୧୦୪
+୯୧-୧୧-୨୩୦୧୭୯୦
ଅନ୍ୟପଟେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି | ଏଥସହ ଏହି ବିବାଦ ମଧ୍ୟରେ ପଶ୍ଚିମ ଦେଶଗୁଡ଼ିକୁ ନପଶିବା ନେଇ ଖୋଲାଖୋଲି ଧମକ ଦେଇଛନ୍ତି | ଯଦି କୌଣସି ବାହାର ରାଷ୍ଟ୍ର ୟୁକ୍ରେନ ଓ ରୁଷ ବିବାଦ ମଧ୍ୟରେ ପଶିବ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ |
ପୁଟିନ କହିଛନ୍ତି, ମସ୍କୋ କେବେ ହେଲେ ୟୁକ୍ରେନକୁ ଦଖଲ କରିବାକୁ ଚାହୁଁନାହିଁ। ୟୁକ୍ରେନ ପଟୁ ବଢ଼ୁଥିବା ଧମକର ଉଚିତ ଜବାବ ଓ କିଭ୍ କରୁଥିବା ସାମରିକ ପଦକ୍ଷେପର ମୂଳପୋଛ କରିବାକୁ ଏପରି ପଦକ୍ଷେପ ନିଆଯାଉଛି। ଏଥପାଇଁ ଆମେ ମିଲିଟାରୀ ଅପରେସନର ନିଷ୍ପତ୍ତି ନେଇଛୁ। ଏବେ ସୀମାରେ ୟୁକ୍ରେନ ଓ ରୁଷ ଯବାନଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଯାଇଛି। ତେଣୁ ସୁରକ୍ଷା ଚାହୁଁଥିଲେ ୟୁକ୍ରେନ ସୈନ୍ୟମାନେ ଆତ୍ମସମର୍ପଣ କରନ୍ତୁ ବୋଲି ସେ କହିଛନ୍ତି।
