ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବା ପରେ କଂଗ୍ରେସ ନେତା ପବନ ଖେଡ଼ାଙ୍କ ଘରେ ପହଞ୍ଚିଲା ଆସାମ ପୁଲିସ। ତେବେ ହିମନ୍ତ ଓ ତାଙ୍କ ପତ୍ନୀ ରିନିକି ଖେଡାଙ୍କ ବିରୁଦ୍ଧରେ ଥାନାରେ ମାମଲା କରିଥିଲେ। ଏହାପରେ ଆସାମ ପୁଲିସର ୪ ଜଣିଆ ଟିମ୍ ଖେଡ଼ାଙ୍କର ନିଜାମୁଦ୍ଦିନ ବାସଭବନରେ ପଞ୍ଚିଛି। ଏଥିରେ ଦିଲ୍ଲୀ ପୁଲିସ ସହଯୋଗ ମଧ୍ୟ କରିଛି। ତେବେ ପବନ ଖେଡ଼ା ତାଙ୍କ ବାସଭବନରେ ନଥିବା ଜାଣିବା ପରେ ସେ ଫେରିବା ପର୍ଯ୍ୟନ୍ତ ପୁଲିସ ଅପେକ୍ଷା କରିବ ବୋଲି କହିଛି। ସେପଟେ ରବିବାର ପବନ ଖେଡ଼ା ଏକ ସମ୍ବାଦିକ ସମ୍ମିଳନୀ କରି ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମାଙ୍କ ବିରୁଦ୍ଧରେ ଏକାଧିକ ଅଭିଯୋଗ ଆଣିଥିଲେ। ସେ ଅଭିଯୋଗ କରିଥିଲେ ଯେ ରିନିକି ଭୂୟାଁ ଶର୍ମାଙ୍କ ପାଖରେ ୟୁଏଇ, ଇଜିପ୍ଟ, ଆଣ୍ଟିଗୁଆ ଏବଂ ବାରବୁଡାର ତିନୋଟି ବିଦେଶୀ ପାସପୋର୍ଟ ଅଛି ଏବଂ ସେ ଦୁବାଇରେ ସମ୍ପତ୍ତି ସହିତ ୱାୟୋମିଂ(Wyoming)ର କମ୍ପାନୀଗୁଡ଼ିକ ସହିତ ଜଡିତ ସମ୍ପତ୍ତି ମଧ୍ୟ ରଖିଛନ୍ତି।ଏହାକୁ ନେଇ ସେହିମନ୍ତ ବିଶ୍ୱ ଶର୍ମାଙ୍କୁ ପ୍ରଶ୍ନ ମଧ୍ୟ କରିଥିଲେ। ଖେଡ଼ା କହିଥିଲେ ଯେ ଭାରତୀୟ ଆଇନ ଅନୁସାରେ, ଆପଣ ପାଖରେ ଦୁଇଟି ନାଗରିକତା ରହିପାରିବ ନାହିଁ। କଣ ରିନିକିଙ୍କ ପାଖରେ ଭାରତୀୟ ପାସ୍ପୋର୍ଟ ବି ଅଛି?ସେହିପରି ହିମନ୍ତ ବିଶ୍ୱ ଶର୍ମାଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ସମାଲୋଚନା କରି ଶ୍ରା ଖେଡ଼ା କହିଥିଲେ“ହିମନ୍ତ ବିଶ୍ୱ ଶର୍ମା କ’ଣ ଅମିତ ଶାହଙ୍କ ପାଳିତ ପୁଅ କି?ଦେଶର ଗୃହମନ୍ତ୍ରୀ ଜାଣନ୍ତି, କି, ଯେ ତାଙ୍କ ପାଳିତ ପୁତ୍ର ବୋଧୁଙ୍କର ୩ ଦେଶର ପାସ୍ପୋର୍ଟ ଅଛି ବୋଲି ପ୍ରଶ୍ନ କରିଥିଲେ । ଯାହା ପରେ ସାରାଦେଶରେ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଥିଲା ।
