କର୍ଣ୍ଣାଟକରେ ହିଜାବ ପରେ, ବର୍ତ୍ତମାନ ହଲାଲକୁ ନେଇ ଦେଖାଦେଲା ବିବାଦ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକରେ ହିଜାବ ବିବାଦ ପରେ ହଲାଲ ମାଂସକୁ ନେଇ ବିବାଦ ଉପୁଜିଛି। ରାଜ୍ୟର କେତେକ ଦକ୍ଷିଣପନ୍ଥୀ ସଂଗଠନମାନେ ହଲାଲ ମାଂସକୁ ବହିଷ୍କାର କରିବାକୁ କହିଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। କର୍ଣ୍ଣାଟକର ହିନ୍ଦୁ ଜନ ଜାଗୃତି ହଲାଲା ମାଂସକୁ ବୟକଟ କରିବାକୁ କହିଛନ୍ତି । ସେପଟେ ଦକ୍ଷିଣ ଭାରତରେ ନୂତନ ବର୍ଷରେ ଉଗାଦି ପର୍ବ ପାଳନ କରାଯାଏ । ଉଗାଦି ଅବସରରେ ହାଲାଲ ମାଂସ ନ ଖାଇବାକୁ ହିନ୍ଦୁ ଜନ ଜାଗ୍ରତୀ ହିନ୍ଦୁମାନଙ୍କୁ ନିବେଦନ କରିଛନ୍ତି। ସଫାର ନାମକ ଏକ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର ହୋଇଥିବା ଏକ ଭିଡିଓ ପୋଷ୍ଟରେ ମୋହନ ଗୋୱଡା ନାମକ ଜଣେ ହିନ୍ଦୁ ନେତା କହିଛନ୍ତି ଯେ ହାଲାଲ ମାଂସ ଖାଇବା ହିନ୍ଦୁ ଧର୍ମ ବିରୁଦ୍ଧ ଅଟେ।ସେ କହିଛନ୍ତି ଯେ ଏହା ହିନ୍ଦୁମାନଙ୍କ ଆଚରଣ ନୁହେଁ।

ସେ ଦାବି କରିଛନ୍ତି ଯେ ହାଲାଲ ସାର୍ଟିଫିକେଟ୍ ଜରିଆରେ ଭାରତରେ ହଜାର ହଜାର କୋଟି ଟଙ୍କା କାରବାର ହେଉଛି ଏବଂ ଏହାର ଅର୍ଥ ସହିତ ଦେଶକୁ ଇସଲାମିକ କେନ୍ଦ୍ର କରିବା । ସେ ସମସ୍ତ ହିନ୍ଦୁମାନଙ୍କୁ ହାଲ ହାଲାଲ ମାଂସ ଏବଂ ହାଲାଲ ଉତ୍ପାଦକୁ ବହିଷ୍କାର କରିବାକୁ ଆହ୍ୱାନ କରିଛନ୍ତି। ଏଥି ସହ କର୍ଣ୍ଣାଟକର ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର ଏକ ଅଦ୍ଭୁତ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, \”ହିଜାବ ଉପରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ମୁସଲମାନମାନଙ୍କର ବିରୋଧ ହେଉଛି। ଯଦି ଆଇନ ଶୃଙ୍ଖଳା ଖରାପ ହୁଏ, ତେବେ ମୋର ମନ୍ତ୍ରଣାଳୟ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବ। ଅନ୍ୟପଟେ ବିଜେପି ପାଖରେ କୌଣସି ପ୍ରସଙ୍ଗ ନାହିଁ ତେଣୁ ଏଭଳି ପ୍ରସଙ୍ଗ ଆଣି ଲୋକମାନଙ୍କୁ ବାଣ୍ଟିବାରେ ଲାଗିଛି ବୋଲି କଂଗ୍ରେସ କହିଛି । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts