ବିଜେପି କେଜ୍ରିୱାଲଙ୍କୁ ପରାସ୍ତ କରିପାରିବ ନାହିଁ ତେଣୁ ବିଜେପି ହତ୍ୟା କରିବାକୁ ଚାହୁଁଛିି: ମନୀଷ ସିସୋଦିଆ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ଉପରକୁ ବିଜେପି ଯୁବମୋର୍ଚ୍ଚାର କିଛି କର୍ମୀ ଆକ୍ରମଣ କରିଛନ୍ତି । ଏହା ସହ ସେମାନେ ସିସିଟିଭି କ୍ୟାମେରା ଓ ସିକ୍ୟୁରିଟି ବ୍ୟାରିୟର ମଧ୍ୟ ଭାଙ୍ଗି ଦେଇଛନ୍ତି । ଏହା ମଧ୍ୟରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଭାରତୀୟ ଜନତା ପାର୍ଟି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ତେବେ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି। ସିସୋଦିଆ କହିଛନ୍ତି ଯେ ବିଜେପି କେଜ୍ରିୱାଲଙ୍କୁ ପରାସ୍ତ କରିପାରିବ ନାହିଁ, ତେଣୁ ହତ୍ୟା କରିବାକୁ ଚାହୁଁଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ପ୍ରଦର୍ଶନ ବାହାନାରେ ବିଜେପି ଆକ୍ରମଣ କରିଛି । ଯାହାକି ପୂର୍ବରୁ ଯୋଜନା କରାଯାଇଥିଲା ବୋଲି ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ।

ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ବିଜୟ ଏବଂ ବିଜେପି ପରାଜୟ ହେତୁ ବିଜେପି କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଚାହୁଁଛି। ପୋଲିସ ଜାଣିଶୁଣି ସିଏମ କେଜ୍ରିୱାଲଙ୍କ ବାସଭବନକୁ ବିଜେପି ଗୁଣ୍ଡାମାନଙ୍କୁ ନେଇ ଯାଇଥିଲା । ସେମାନେ ସିଏମଟି ବାସଭବନ ସମ୍ମୁଖରେ ସିସିଟିଭି କ୍ୟାମେରା ଏବଂ ଓ ସିକ୍ୟୁରିଟି ବ୍ୟାରିୟର ଭାଙ୍ଗି ଦେଇଥିଲେ । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts