ଅଗ୍ନିପଥ ବିରୋଧ ହିଂସା: ବିଭିନ୍ନ ସଙ୍ଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଏବେ ସାରା ଦେଶର ବିକ୍ଷୋଭର ନିଆଁ ଜଳୁଛି । ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏପରିକି କିଛି ସଙ୍ଗଠନ ସୋମବାର ଭାରତ ବନ୍ଦ ଡାକରା ଦେଇଛନ୍ତି । ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଚାରିଆଡ଼େ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଯାହାର ପ୍ରଭାବ ବେଶି ପଡିଛି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ।

ବନ୍ଦ ପାଇଁ ପୋଲିସ ସଜାଗ ରହିଛି । ଗୁରଗାଁଓ-ଦିଲ୍ଲୀ ବର୍ଡରରେ ଦିଲ୍ଲୀ ପୋଲିସର ଚେକିଂ ଜାରି ରହିଛି । ଯାହା ଫଳରେ ଗୁରୁଗାଓଁ- ଦିଲ୍ଲୀ ବର୍ଡରରେ ଅସମ୍ଭାଳ ଭିଡ଼ ଲାଗି ରହିଛି । ଦିଲ୍ଲୀ- ଗୁରୁଗାଓଁ ଏକ୍ସପ୍ରେସଓ୍ବେର ସରହୋଲ ବର୍ଡରରେ ଭିଡ଼ ଲାଗି ରହିଛି । ହଜାର ହଜାର ଗାଡି ମଟର ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛନ୍ତି । ବାଧ୍ୟ ହୋଇ ପ୍ରଶାସନ ଗୁରୁଗାଓଁରୁ ଦିଲ୍ଲୀ ଓ ନୋଏଡା ଆଡ଼କୁ ଭାରିଯାନ ଚଳାଚଳ ଉପରେ ରୋକ ଲଗାଇଛି । ଗୁରୁଗାଓଁରେ ପ୍ରଦର୍ଶନ ଉପରେ ୧୪୪ଧାରା ଜାରି କରାଯାଇଛି । ଗଳି ଗଳିରେ ପୋଲିସ ଛାଉଣୀ କରାଯାଇଛି।

ପୋଲିସର କହିବାନୁସାରେ, ଦିଲ୍ଲୀ ନିକଟ ଗୌତମ ବୁଦ୍ଧ ନଗରରେ କୌଣସି ବଡ଼ ସଭା ହୋଇପାରିବ ନାହିଁ । ସବୁ ସଭା ଉପରେ ରୋକ୍ ଲାଗିଛି ।

Related Posts