ଅସୁସ୍ଥ ସାଉଥ ସୁପରଷ୍ଟାର କମଲ ହାସନ: ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ : ସାଉଥ ସୁପରଷ୍ଟାର କମଲ ହାସନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା କାରଣରୁ ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । ତାଙ୍କୁ ଶ୍ରୀ ରାମଚନ୍ଦ୍ର ମେଡିକାଲ (ଏସଆରଏମ୍‌ସି)ରେ ଭର୍ତ୍ତି କରାଯାଇଛି।

ବୁଧବାର ଅପରାହ୍ନରେ ହାଇଦ୍ରାବାଦରୁ ଚେନ୍ନାଇରେ ପହଞ୍ଚିବା ପରେ କମଲ ହାସନ ରାତିରେ ଜ୍ୱର ଏବଂ ଦୁର୍ବଳ ଅନୁଭବ କରିଥିଲେ। ଏହା ପରେ ତାଙ୍କୁ ସହରର ଏସଆରଏମ୍‌ସିରେ ଭର୍ତ୍ତି କରାଯାଇଥିଲା। ଆସନ୍ତା କିଛି ଦିନ ପାଇଁ ଡାକ୍ତରମାନେ ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି।

ୱାର୍କ ଫ୍ରଣ୍ଟରେ ଅଭିନେତା-ଚଳଚ୍ଚିତ୍ର ନିର୍ମାତା କମଲ ହାସନ ବର୍ତ୍ତମାନ ଶଙ୍କରଙ୍କ ‘ଇଣ୍ଡିଆନ ୨’, ହିଟ ରିଅଲିଟି ଶୋ’ ‘ବିଗ ବସ ତାମିଲ’ ଏବଂ ତାଙ୍କର ରାଜନୈତିକ ଦଳର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି

Related Posts