ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଯାନ୍ତ୍ରିକ ତ୍ରୁଟି ପାଇଁ ୩ ଘଣ୍ଟା ଉଡ଼ାଣ କରି ସାରି ଅଧାରୁ ଫେରି ଆସିଲା ଏୟାର ଇଣ୍ଡିଆ ବିମାନ । ବିମାନଟି ସାନ ଫ୍ରାନ୍ସିସ୍କୋ ଯାଉଥିବାର ସୂଚନା ମିଳିଛି । ଷ୍ଟାଣ୍ଡାର୍ଡ ସେଫ୍ଟି ପ୍ରୋଟୋକଲ ପାଇଁ ଦିଲ୍ଲୀ ଫେରି ଆସିଲା। ବିମାନରେ ୨୩୦ ଯାତ୍ରୀ ଥିବାବେବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି। ଏନେଇ ଦୁଃଖ ପ୍ରକାଶ କରିଛି ଏୟାର ଇଣ୍ଡିଆ। ଯାତ୍ରୀମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରୁଥିବା ସୂଚନା ମିଳିଛି।

ଗତ ସପ୍ତାହରେ ମେ’ ୨୧ରେ, ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ପରେ ଇଞ୍ଜିନରେ ନିଆଁ ଲାଗିଥିଲା। ଏୟାର ଇଣ୍ଡିଆ ମେ’ ୨୧ରେ X ରେ ରିପୋର୍ଟ କରିଥିଲା, ବିମାନର ଦିଲ୍ଲୀ ଅଭିମୁଖେ ଯିବା ସମୟରେ, କକପିଟ୍ କ୍ରୁ ଇଞ୍ଜିନରେ ନିଆଁ ଲାଗିବାର ସିଗ୍‌ନାଲ ପାଇଥିଲେ। ପରେ ସିଗ୍‌ନାଲ ସତ୍ୟ ବୋଲି ନିଶ୍ଚିତ କରାଯାଇଥିଲା। ବିମାନକୁ ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରାଯାଇଥିଲା।