ବାୟୁ ପ୍ରଦୂଷଣ ଭୟ: ଦିଲ୍ଲୀ ପରିବହନ ବିଭାଗ ପକ୍ଷରୁ ୫୦ ଲକ୍ଷରୁ ଅଧିକ ଗାଡିର ରେଜିଷ୍ଟ୍ରେଶନ ରଦ୍ଦ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ଏକ ବଡ଼ ସମସ୍ୟା ଭାବେ ଛିଡ଼ା ହୋଇଛି । ଶୀତ ଦିନ ଆସିଲେ ଏହି ସମସ୍ୟା ଉଗ୍ର ରୂପ ଧାରଣ କରୁଛି । ତେବେ ବଢ଼ୁଥିବା ବାୟୁ ପ୍ରଦୂଷଣ ନଜରରେ ରଖି ଦିଲ୍ଲୀ ପରିବହନ ବିଭାଗ ଏକ ବଡ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ୫୦ ଲକ୍ଷରୁ ଅଧିକ ଗାଡିର ରେଜିଷ୍ଟ୍ରେଶନକୁ ରଦ୍ଦ କରି ଦେଇଛି ।

ରେଜିଷ୍ଟ୍ରେଶନ ରଦ୍ଦ କରାଯାଇଥିବା ଗାଡି ଗୁଡିକ ମଧ୍ୟରେ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଗାଡି ଓ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଗାଡି ରହିଛି । ଏସବୁ ଗାଡିର ରେଜିଷ୍ଟ୍ରେଶନ ରଦ୍ଦ କରି ଦିଆଯାଇଛି । ଯଦି ଏହି ଗାଡିକୁ ଦିଲ୍ଲୀ ରାସ୍ତାରେ ଦେଖାଯାଏ ତେବେ ଧରାପଡିଲେ ଏହାକୁ ସିଜ କରି ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।

Related Posts