ଭୁବନେଶ୍ବର : ଶିଶୁ ନିର୍ଯାତନାର ସମସ୍ତ ଅଭିଯୋଗ ଏବେ ଅନଲାଇନ୍‌ ପୋର୍ଟାଲ ଇ-ବାଲ ନିଦାନରେ କରାଯାଇପାରିବ। ଜାତୀୟ ଶିଶୁ କମିସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଅନଲାଇନ ପୋର୍ଟାଲ-ଇ-ବାଲ ନିଦାନର ବ୍ୟବସ୍ଥା କରାଯାଇଛି। ଏଥିରେ ଅଭିଯୋଗକାରୀ ନିଜ ଅଭିଯୋଗର ପଞ୍ଜୀକରଣ ଏବଂ ଏହାର ସ୍ଥିତି ସମ୍ପର୍କରେ ଜାଣିପାରିବେ।

ପୂର୍ବରୁ ଶିଶୁ କମିସନ୍‌ ନିକଟରେ ଅଭିଯୋଗର ବ୍ୟବସ୍ଥା ଥିଲେ ମଧ୍ୟ ଅନଲାଇନ୍‌ ନଥିଲା। ଏଥିଯୋଗୁଁ ଅନେକ ସମୟରେ ସମାନ ଅଭିଯୋଗ ଉଭୟ ରାଜ୍ୟ ଏବଂ ଜାତୀୟ କମିସନଙ୍କ ନିକଟରେ ପହଞ୍ଚି ଦ୍ବନ୍ଦ୍ବ ମଧ୍ୟ ତିଆରି କରୁଥିଲା। ଏହି ପୋର୍ଟାଲରେ ନିଜ ରାଜ୍ୟର ଅଭିଯୋଗ ଜାଣିବା ପାଇଁ ରାଜ୍ୟ ଶିଶୁ କମିସନଙ୍କୁ ୟୁଜର୍ସ ଆଇଡି ଏବଂ ପାସୱାର୍ଡ ଦିଆଯିବ। ଏଥିରେ ଯାଞ୍ଚ ରିପୋର୍ଟ ମଧ୍ୟ ରହିବ।