ବିଜେପିରେ ମିଶିଲେ ଅମରେନ୍ଦ୍ର ଦାସ

ଭୁବନେଶ୍ୱର,୫/୪(ସତ୍ୟପାଠ ବ୍ୟୁରୋ):  ବିଜେପିରେ ମିଶିଲେ ଜଗତସିଂହପୁରର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଅମରେନ୍ଦ୍ରଙ୍କ ସହ ତାଙ୍କର ସମର୍ଥକମାନେ ମଧ୍ୟ ଆଜି ବିଜେପିରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗ ଦେଇଥିବା ଅମରେନ୍ଦ୍ର କହିଛନ୍ତି।

 ସେ ଆହୁରି କହିଛନ୍ତି, ଯେଉଁଘରକୁ ଆମେ ୨୭ବର୍ଷ ହେଲା ପରିଶ୍ରମ କରି ତୋଳିଥିଲୁ, ସେହିଘରେ ପେଇଂ ଗେଷ୍ଟକୁ ସ୍ୱାଗତ କରାଯାଉଛି। ହେଲେ ସେହି ଘରର ପୁଅର କୌଣସି ସ୍ଥାନ ନାହିଁ। ଏହି ଅନ୍ୟାୟ ବିରୋଧରେ ଜଗତସିଂହପୁର ମାଟି ସ୍ୱର ଉଠାଇଛି। 

ଜଗତସିଂହପୁର ଆସନ ପାଇଁ ଆଶାୟୀ ଥିଲେ ଅମରେନ୍ଦ୍ର। ହେଲେ ଦଳ ତାଙ୍କୁ ଟିକେଟ ଦେଇନଥିଲା। ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରାର୍ଥୀ କରିଥିଲା। ଟିକେଟ୍ ନ ମିଳିବା ପରେ ନିରାଶ ହୋଇ ଗତକାଲି ଅମରେନ୍ଦ୍ର ବିଜେଡିରୁ ଇସ୍ତଫା ଦେଇଥିଲେ। ଆଜି ବିଜେପିରେ ଯୋଗ ଦେଇଛନ୍ତି।

Related Posts