ସ୍ଥିତି ଅସମ୍ଭାଳ, ତୁରନ୍ତ ପୁରା ଦେଶକୁ କିଛି ସପ୍ତାହ ପାଇଁ ଲକଡାଉନ କରିଦିଅ: ଆମେରିକା

corona123

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଭାରତରେ କରୋନାର ଦ୍ୱିତୀୟ ଲହର ସମସ୍ତଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏହି ସମୟରେ ଆମେରିକାର ବରିଷ୍ଠ ମହାମାରୀ ବିଶେଷଜ୍ଞ ଆନ୍ଥୋନୀ ଫାଉସି ଭାରତରେ କରୋନାଭାଇରସର ଚେନ ଭାଙ୍ଗିବା ପାଇଁ କିଛି ସପ୍ତାହ ଲକଡାଉନ୍ କରିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଲକଡାଉନ୍ ତୁରନ୍ତ ନକରା ଗଲେ ଦ୍ୱିତୀୟ ତରଙ୍ଗ କମିବାର କୌଣସି ଉପାୟ ନାହିଁ। ଫାଉସି ଏକ ସାକ୍ଷାତକାରରେ କହିଛନ୍ତି ଯେ ଲକଡାଉନ ସହିତ ଅକ୍ସିଜେନ, ଔଷଧ ଏବଂ ପିପିଇ କିଟକୁ ଆବଶ୍ୟକରୁ ଅଧିକ ମହଜୁଦ ରଖିବାକୁ ହେବ। ତେବେ କୌଣସି ସରକାରର ନାଁ ନନେଇ ଫାଉସି କହିଛନ୍ତି କରୋନାରେ ବିଜୟ ହେବା ବହୁ ଆଗକୁ ଘୋଷଣା କରିଦିଆଯାଇଛି। ସେ କହିଛନ୍ତି ଚାଇନାରେ ଯେତେବେଳେ କରୋନା ବ୍ୟାପିଲା ସେତେବେଳେ ସେ ସମ୍ପୂର୍ଣ୍ଣ ଭାବରେ ଚାଇନାକୁ ଲକଡାଉନ କରିଦେଇଥିଲା। ତେଣୁ କରୋନାକୁ ନିୟନ୍ତ୍ରଣ କରିବାରେ ଚାଇନା ସଫଳ ହେଲା। ତେବେ ଲକଡାଉନର ଅର୍ଥ ୬ ସପ୍ତାହ ନୁହେଁ। କିଛି ସପ୍ତାହ ପାଇଁ ଦେଶରେ ଲକଡାଉନ୍ ଜାରି କରି କୋଭିଡ ଚେନକୁ ଭାଙ୍ଗିହେବ ବୋଲି ଫାଉସି କହିଛନ୍ତି। ସେ କହିଛନ୍ତି ତେଣୁ ବିବେଚନା କରାଯିବାକୁ ଥିବା ଗୋଟିଏ ବିଷୟ ହେଉଛି ସାମୟିକ ଭାବରେ ବନ୍ଦ କରିବା। ଆକ୍ଷରିକ ଭାବରେ, ଲକଡାଉନ୍ କରନ୍ତୁ ଯାହା ଦ୍ଵାରା ଭାଇରସ କମ୍ ବିସ୍ତାର ହୋଇପାରିବ । ଦେଶକୁ ଲକଡାଉନ୍ କରିବାକୁ କେହି ପସନ୍ଦ କରନ୍ତି ନାହିଁ। କାରଣ ଯେତେବେଳେ ଏହାକୁ ଛଅ ମାସ ପର୍ଯ୍ୟନ୍ତ କରାଯିବ , ସେତେବେଳେ ଏହା ଅସୁବିଧାର , କାରଣ ହବ। ମାତ୍ର କିଛି ସପ୍ତାହ ପାଇଁ ଲକଡାଉନ୍ ଭାଇରସ ବ୍ୟାପିବା ଉପରେ ଏକ ମହାତ୍ୱପୂର୍ଣ ପ୍ରଭାବ ପକାଇପାରେ |
କରୋନାଭାଇରସ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ଟୀକାକରଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଵୋଲି ଫାଉସି କହିଛନ୍ତି । ସେ କହିଛନ୍ତି ଯଦି ୧.୪ ବିଲିୟନ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତ ଏହାର ମୋଟ ଜନସଂଖ୍ୟାର ମାତ୍ର ଦୁଇ ପ୍ରତିଶତ ଟୀକାକରଣ କରିଛି, ଆହୁରି ଅନେକ ଲୋକ ଟୀକା ନେବାପାଇଁ ବାକି ଅଛନ୍ତି । ଅନେକ ଟୀକା ଉତ୍ପାଦନ କାରି କମ୍ପାନୀ ଅଛନ୍ତି ଯେଉଁ ମାନଙ୍କ ପାଖରେ ଟିକା ମହଜୁଦ ଅଛି ମୁଁ ଭାବୁଛି ଟିକା ପାଇବାକୁ ସେମାନଙ୍କ ସହ ଆଲୋଚନା କରିବା ଦରକାର ଵୋଲି ଫାଉସି କହିଛନ୍ତି।

Related Posts